Advertisment

ମଦୁଆ ପୁଲିସ୍‌ ବାବୁଙ୍କ ଦାଦାଗିରି! ନ୍ୟାୟ ପାଇଁ ଏସପିଙ୍କ ପାଖରେ ଗାଡ଼ି ମାଲିକ

ମଦ ପିଇ ନିଜ ବାଇକକୁ ଗୋଟିଏ କାରରେ ମାଡ଼ କଲେ ଜଣେ ପୁଲିସ୍‌ ବାବୁ। ଏପରି କି ନିଜ ଭୁଲକୁ ଲୁଚାଇବା ପାଇଁ ଓଲଟା ମାଲିକଙ୍କ ବିରୋଧରେ ମାମଲା ଦାଏର କରି ପୁଲିସ୍‌ ବାବୁ ଜଣଙ୍କ ଖାକି ବର୍ଦ୍ଦିର ଗରମ ଦେଖାଇଛନ୍ତି।

Car

Car

Advertisment

ଆଇନର ରକ୍ଷାକାରୀ ନିଜେ ନିୟମ ଭାଙ୍ଗିଲେ। ମଦ ପିଇ ନିଜ ବାଇକକୁ ଗୋଟିଏ କାରରେ ମାଡ଼ କଲେ ଜଣେ ପୁଲିସ୍‌ ବାବୁ। ଏପରି କି ନିଜ ଭୁଲକୁ ଲୁଚାଇବା ପାଇଁ ଓଲଟା ମାଲିକଙ୍କ ବିରୋଧରେ ମାମଲା ଦାଏର କରି ପୁଲିସ୍‌ ବାବୁ ଜଣଙ୍କ ଖାକି ବର୍ଦ୍ଦିର ଗରମ ଦେଖାଇଛନ୍ତି। ନିଜେ ଗାଡ଼ି ମାଡ଼ କରିବା ପରେ କାର୍‌କୁ ବାଡ଼େଇ ଭାଙ୍ଗିଛନ୍ତି। କାର ମାଲିକ କ୍ଷତି ସହିଥିବା ବେଳେ ଏବେ ଆଇନର ଜାଲରେ ଫସି ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରୀ କରୁଛନ୍ତି। ଏମିତି ଏକ ଘଟଣା ଭଦ୍ରକରୁ ସାମ୍ନାକୁ ଆସିଛି।

Advertisment

ଜାନୁଆରୀ ୨୭ ତାରିଖରେ ଚରମ୍ପା କଣ୍ଟାପାଳ ଗାଁର ଅମର କୁମାର ନାୟକ କିଛି କିଣାକିଣି ପାଇଁ ଅପରାହ୍ନ ପ୍ରାୟ ୨ଟାରେ ବାଇପାସ ସ୍ଥିତ ରିଲିଆନ୍ସ ସ୍ମାର୍ଟକୁ ଯାଇଥିଲେ। ସେ ନିଜ ଫର୍ଚ୍ୟୁନର ଗାଡ଼ିକୁ ମଲକୁ ଯିବା ପୂର୍ବରୁ ସ୍ଥାନୀୟ ମାର୍ବଲ ଦୋକାନ ନିକଟ ଫୁଟପାଥ କଡ଼ରେ ପାର୍କିଂ କରିଥିଲେ।

କିଣାକିଣି ସାରି ସେ ପ୍ରାୟ ୧ ଘଣ୍ଟା ପରେ କାର ପାଖକୁ ଫେରିଥିଲେ। କିନ୍ତୁ ଅମର ଗାଡ଼ି ପାଖରେ ପହଁଚିଲା ବେଳକୁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ଅମରଙ୍କ ଫର୍ଚ୍ୟୁନର ଗାଡ଼ିର ପଛ ପଟ ଅର୍ଥାତ ପଛ ଗ୍ଲାସ ସହ ବମ୍ଫର ସଂପୂର୍ଣ୍ଣ ଭାଙ୍ଗି ଚୂରମାର ହୋଇଯାଇଥିଲା।

Advertisment

ଏହା ଦେଖି ଅମର ପୂରା ସ୍ତବ୍ଧ ହୋଇଯାଇଥିଲେ। ସେ ମାର୍ବଲ ଦୋକାନୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ଦୋକାନୀ ଜଣଙ୍କ କହିଥିଲେ ଯେ ପୁରୁଣା ବଜାର ଥାନାର ଏଏସ୍‌ଆଇ ଲାଲୁ ହାଂସଦା ନିଶାସକ୍ତ ଅବସ୍ଥାରେ ବାଇକ ଯୋଗେ ପ୍ରଥମେ ଭାରସାମ୍ୟ ହରାଇ ଅମରଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଏଥିରେ ଥାନା ବାବୁ ମଧ୍ୟ ଆହତ ହୋଇଛନ୍ତି। ଦୋକାନୀଙ୍କ ଠାରୁ ଏକଥା ଶୁଣିବା ପରେ ମାନବିକତା ଦୃଷ୍ଟିରୁ ଅମର ତୁରନ୍ତ ମେଡିକାଲ ଯାଇଥିଲେ।

ସେଠାରେ ସେ ପ୍ରଥମେ ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରିଥିଲେ। ଏହାପରେ ଦୁର୍ଘଟଣା କେମିତି ହେଲା ବୋଲି ପ୍ରଶ୍ନ କରିଥିଲେ। ଏତିକି ବେଳେ ଲାଲୁଙ୍କ ସାଙ୍ଗରେ ଥିବା ଅନ୍ୟ ଜଣେ ପୁଲିସ୍‌ କର୍ମଚାରୀ (ଡ୍ରାଇଭାର ଭାବେ କାମ କରନ୍ତି) ଓଲଟା ଅମରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଲାଲୁଙ୍କୁ ଅମରଙ୍କ ଗାଡ଼ି ଧକ୍କା ଦେଇଥିବାରୁ ଏଭଳି ଅବସ୍ଥା ହୋଇଛି ବୋଲି ସେ ଓଲଟା ଅଭିଯୋଗ କରିଥିଲେ।

ସେଠାରୁ ଅମର ସିଧା ଭଦ୍ରକ ସହରାଞ୍ଚଳ ଥାନାରେ ଏନେଇ ଲିଖିତ ଏତଲା ଦେଇଥିଲେ। କିନ୍ତୁ ହଠାତ ଫେବୃଆରୀ ୧୩ରେ ତାଙ୍କୁ ଥାନାରୁ ଡାକରା ଆସିଥିଲା। ତାଙ୍କୁ ଗାଡ଼ିର କାଗଜପତ୍ର ଆଣିବାକୁ କୁହାଯାଇଥିଲା। ଅମର ମଧ୍ୟ ଥାନାରେ ପହଁଚି କାଗଜାପତ୍ର ଦେଖାଇଥିଲେ। ପୁଲିସ୍‌ ଅଧିକାରୀ କାଗଜପତ୍ର ଯାଞ୍ଚ ପରେ ତାଙ୍କୁ ଗୋଟିଏ ନୋଟିସରେ ଦସ୍ତଖସ୍ତ କରିବା ପାଇଁ କହିଥିଲେ।

ଏହା ଦେଖି ଅମର ପ୍ରଶ୍ନ କରିଥିଲେ ଯେ ଏହା କେଉଁ ନୋଟିସ? ଏହାର ଉତ୍ତରରେ ପୁଲିସ୍‌ ଅଧିକାରୀ ଜଣଙ୍କ କହିଥିଲେ ଯେ ଆପଣଙ୍କ ନାମରେ ମାମଲା ପଞ୍ଜିକରଣ ହୋଇଛି। ଜାମିନ ପାଇଁ ଏହା ଗୋଟିଏ ନୋଟିସ।

ଏହା ଶୁଣି ଅମର ପୂରା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ତୁରନ୍ତ କହିଥିଲେ ଯେ ଯଦି ମୁଁ ଭୁଲ କରିଛି ମୋତେ ଜେଲକୁ ପଠାନ୍ତୁ। ଆଉ ମୋତେ ଗିରଫ କରନ୍ତୁ। ଏହା ଶୁଣି ଥାନା ଅଧିକାରୀ ତାଙ୍କ ଠାରୁ ଘଟଣା ବିଷୟରେ ପଚାରି ବୁଝିଥିଲେ।

ଅମର କହିଥିଲେ “ମୋର ଗାଡ଼ିକୁ ନଷ୍ଟ କରି ଓଲଟା ମୋତେ ଗାଳି ଗୁଲଜ କରି ଜଣେ ପୁଲିସ ଅଧିକାରୀ ଏଭଳି କାଣ୍ଡ ଭିଆଇଛନ୍ତି। ମୁଁ ଅଭିଯୋଗ କରିବାରୁ ମୋ ଉପରେ କେସ କରିବା କେଉଁ ପ୍ରକାରର ଆଇନ? ପୁଲିସ ବୋଲି କ’ଣ ଆଇନକୁ ମାନିବେ ନାହିଁ? ଆପଣ ସିସିଟିଭି ଯାଞ୍ଚ କରନ୍ତୁ। ଆଉ ଉଚିତ ତଦନ୍ତ କରନ୍ତୁ।”

ଅମରଙ୍କୁ ମିଛ କେସ୍‌ରେ ଫସାଯାଉଛି ବୋଲି ସେ ଅଭିଯୋଗ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଉଚିତ ନ୍ୟାୟ ପାଇଁ ଦାବି କରିଛନ୍ତି। ଆରକ୍ଷୀ ଅଧିକ୍ଷକ ମଧ୍ୟ ଥାନାଧିକାରୀଙ୍କୁ ଏହାର ଠିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରିପୋର୍ଟ : ଭଦ୍ରକରୁ ପାର୍ଥ ସାରଥୀ  ନାୟକ

Bhadrak Odisha Police Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe