Advertisment

କାନ କାମୁଡ଼ିଦେଲା ମଦୁଆ, ମହିଳାଙ୍କ ଜଙ୍ଘ କାମୁଡ଼ିଦେଲା ଅନ୍ୟ ଜଣେ...

ଆଜି ପୂର୍ବାହ୍ନରେ ଆନନ୍ଦପୁର ଥାନା ମାଠିଆନେଣ୍ଡି ଗାଁରେ ଦୁଇ ମଦୁଆ କଳି ଲାଗୁଥିଲେ। ଦୁଇ ମଦୁଆଙ୍କ କଳିକୁ କିଛି ଦୂରରେ ଛିଡ଼ା ହୋଇ ଦେଖୁଥିଲେ ଗତିକୃଷ୍ଣ ନାଏକ। ହଠାତ୍‌ ସେମାନଙ୍କ ଭିତରୁ ଜଣେ ଧାଇଁ ଆସି ଗତିକୃଷ୍ଣଙ୍କ କାନକୁ କାମୁଡ଼ି ଛିଡ଼ାଇ ଦେଇଥିଲା।

Woman

Woman

Advertisment

ଦୁଇଟି ସ୍ଥାନରେ ଘଟିଛି କାମୁଡ଼ା କାମୁଡ଼ି। ପ୍ରଥମ ଘଟଣାରେ ଜଣେ ଦେଖଣାହାରୀଙ୍କ କାନ କାମୁଡିଦେଲା ମଦୁଆ। ଅନ୍ୟ ଏକ ମାମଲାରେ ଜଣେ ମହିଳାଙ୍କ ଜଙ୍ଘକୁ କାମୁଡ଼ି ମାଂସ କାଢିନେଲେ ଆଉ ଜଣେ ମହିଳା। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

Advertisment

ଆଜି ପୂର୍ବାହ୍ନରେ ଆନନ୍ଦପୁର ଥାନା ମାଠିଆନେଣ୍ଡି ଗାଁରେ ଦୁଇ ମଦୁଆ କଳି ଲାଗୁଥିଲେ। ଦୁଇ ମଦୁଆଙ୍କ କଳିକୁ କିଛି ଦୂରରେ ଛିଡ଼ା ହୋଇ ଦେଖୁଥିଲେ ଗତିକୃଷ୍ଣ ନାଏକ। ହଠାତ୍‌ ସେମାନଙ୍କ ଭିତରୁ ଜଣେ ଧାଇଁ ଆସି ଗତିକୃଷ୍ଣଙ୍କ କାନକୁ କାମୁଡ଼ି ଛିଡ଼ାଇ ଦେଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ସେଠାକୁ ଧାଇଁ ଆସିଥିଲେ। ମଦୁଆଙ୍କ କବଳରୁ ଗତିକୃଷ୍ଣଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଠିକ୍‌ ସେହିପରି ସୋସୋ ଥାନା ସଢ଼ା ଗାଁରେ ଦେଖିବାକୁ ମିଳିଛି ସମାନ ଚିତ୍ର। ସୁଲୋଚନା ଜେନା ଓ ଅନ୍ୟ ଜଣେ ମହିଳା ବିଲରେ କାମ କରୁଥିଲେ। କାମ କରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ପାଟିତୁଣ୍ଡ ଉଗ୍ରରୂପ ଧାରଣ କରିଥିଲା। ଉଭୟେ ହାତାହାତି ହୋଇଥିଲେ। ମାଡ଼ ମରାମରି ଭିତରେ ସୁଲୋଚନାଙ୍କ ଜଙ୍ଘକୁ କାମୁଡ଼ି ମାଂସ ଛିଡ଼ାଇ ଦେଇଥିଲେ ଅନ୍ୟ ଜଣେ ମହିଳା। ପାଖ ବିଲରେ କାମ କରୁଥିବା ଲୋକମାନେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

Advertisment

ରିପୋର୍ଟ-ଆନନ୍ଦପୁରରୁ ମୁନ୍ନା ସିଂ

Crime Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe