Advertisment

ଆଉ ଜଣେ ଆଖି ବୁଜିଲେ; ଚିକିଟି ମଦମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଲା

ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିରେ ମଦ ପିଇ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୧୪ ଜଣ ଗୁରୁତରଙ୍କ ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା।

ଅଦ୍ୟତନ ହୋଇଛି
Death

Death

Advertisment

ଆଜି ପୁଣି ଜଣଙ୍କ ଜୀବନ ନେଲା ଚିକିଟି ମଦ ମୃତ୍ୟୁ ବୀଭିଷିକା। MKCGରେ ଚିକିତ୍ସାଧୀନ ଅବସ୍ଥାରେ ଜେନାପୁର ସାହିର ପ୍ରଦୀପ ବେହେରାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ମିଶାଇ ୫ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ରବିବାର ଓ ଶନିବାର ଜଣେ ଲେଖାଏଁ ପ୍ରାଣ ହରାଇଥିଲେ। ଏବେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଆଉ କେହି ଚିକିତ୍ସାଧୀନ ନଥିବା ଜଣାପଡ଼ିଛି।

Advertisment

ମାଉନ୍ଦପୁର ଓ ଢିପସାହି ଗାଁରେ ଥିବା ଦେଶୀ ଭାଟିରେ ମଦ ପିଇ ୨୧ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ଚିକିଟି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଭିତରୁ ୧୪ ଜଣ ଗୁରୁତରଙ୍କ ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମ ଦିନରେ ଜେନାପୁର ଗାଁର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଶନିବାର ଦିନ ଲକ୍ଷ୍ମଣ ବେହେରା, ରବିବାର ବାୟା ସେଠୀ ଓ ଆଜି ପ୍ରଦୀପ ବେହେରାଙ୍କ ମୃତ୍ୟୁ ଘଟିଛି । ଆଜି ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହି ମାମଲାରେ ପୁଲିସ୍‌ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣରେ ମଦ ଜବତ କରିଛି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe