Advertisment

ମେଡ଼ିକାଲ୍‌ରେ ମୃତ ଶିଶୁକନ୍ୟା ଜନ୍ମ ଦେଲେ ପ୍ରସୂତି!

ମେଡିସିନ୍‌ ଧରି ଘରକୁ ଫେରିଥିଲେ ବିଦୁଲତା ଓ ତାଙ୍କ ସ୍ୱାମୀ। ନଭେମ୍ୱର ୫ ତାରିଖରେ ପୁଣି ଥରେ ମେଡ଼ିକାଲ୍‌ ଯାଇଥିଲେ। ବିଦୁଲତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଘରକୁ ଆସିଥିଲେ। ଗର୍ଭରେ ପିଲା ସୁସ୍ଥ ଥିବା ଡାକ୍ତର କହିଥିବା ବିଦୁଲତା ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Bhanjanagar

Bhanjanagar

Advertisment

ମେଡ଼ିକାଲ୍‌ରେ ମୃତ ଶିଶୁକନ୍ୟା ଜନ୍ମ ଦେଲେ ପ୍ରସୂତି! ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଗଞ୍ଜାମ ଜିଲ୍ଲାରୁ ଆସିଛି। 

Advertisment

ଦ୍ୱାରିକାନାଥ ପଟ୍ଟନାୟକଙ୍କ ପତ୍ନୀ ବିଦୁଲତା ଗର୍ଭବତୀ ହୋଇଥିଲେ। ତେଣୁ ସେ ନିୟମିତ ଆଶାକର୍ମୀଙ୍କ ସହାୟତାରେ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ। ଅକ୍ଟୋବର ୨୩ ତାରିଖରେ ବିଦୁଲତାଙ୍କ ପ୍ରସବ ବେଦନା ହୋଇଥିଲା। ପରିବାର ଲୋକେ ତାଙ୍କୁ ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ ଯାଞ୍ଚ ପରେ ଅକ୍ଟୋବର ୨୯ ତାରିଖରେ ଆସିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେଦିନ ସେ ପୁଣି ମେଡ଼ିକାଲ୍‌ ଯାଇଥିଲେ। ଡାକ୍ତର ଚେକ୍‌ଅପ୍‌ ପରେ ନଭେମ୍ୱର ୫ ତାରିଖରେ ମେଡିକାଲ୍‌ ଆସିବା ପାଇଁ କହିଥିଲେ। ଆଉ କିଛି ମେଡ଼ିସିନ୍‌ ମଧ୍ୟ ଖାଇବାକୁ ଦେଇଥିଲେ।

ମେଡିସିନ୍‌ ଧରି ଘରକୁ ଫେରିଥିଲେ ବିଦୁଲତା ଓ ତାଙ୍କ ସ୍ୱାମୀ। ନଭେମ୍ୱର ୫ ତାରିଖରେ ପୁଣି ଥରେ ମେଡ଼ିକାଲ୍‌ ଯାଇଥିଲେ। ବିଦୁଲତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଘରକୁ ଆସିଥିଲେ। ଗର୍ଭରେ ପିଲା ସୁସ୍ଥ ଥିବା ଡାକ୍ତର କହିଥିବା ବିଦୁଲତା ଅଭିଯୋଗ କରିଛନ୍ତି। ତେବେ ୧୨ ତାରିଖରେ ବିଦୁଲତାଙ୍କ ଅସହ୍ୟ ଗର୍ଭ ଯନ୍ତ୍ରଣା ହୋଇଥିଲା। ତେଣୁ ତାଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ନର୍ସମାନେ ପ୍ରସବ କରାଇଥିଲେ। ବିଦୁଲତା ମୃତ ଶିଶୁ କନ୍ୟା ଜନ୍ମ କରିଥିଲେ। 

Advertisment

ଛୁଆର ମୃତ୍ୟୁ ଖବର ଶୁଣି ସ୍ୱାମୀ-ସ୍ତ୍ରୀ ଭାଙ୍ଗି ପଡ଼ିଛନ୍ତି। ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ଦ୍ୱାରିକାନାଥ ଅଭିଯୋଗ କରିଛନ୍ତି।

ଚିକିତ୍ସା ଅବହେଳା ନେଇ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

ରିପୋର୍ଟ- ଭଞ୍ଜନଗରରୁ ରାଜେଶ କୁମାର ପଣ୍ଡା

Bhanjanagar Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe