Advertisment

ଘର ତିଆରି କରୁଛନ୍ତି କି? ହୁସିଆର୍‌; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍‌ ସିମେଣ୍ଟ

ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍‌ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ।

Cement

Cement

Advertisment

ସ୍ୱପ୍ନର ଘର ତିଆରି କରୁଛନ୍ତି କି? ହୁସିଆର୍‌; ରାଜଧାନୀରେ ବିକ୍ରି ହେଉଛି ଡୁପ୍ଲିକେଟ୍‌ ସିମେଣ୍ଟ। ସିମେଣ୍ଟ କିଣିବା ପୂର୍ବରୁ ଥରେ ଗୁଣବତ୍ତା ଯାଞ୍ଚ କରନ୍ତୁ। ନହେଲେ ତିଆରି କରିଥିବା ଘର କେତେବେଳେ ଭୁଶୁଡି ପଡ଼ିବ କେହି କହିପାରିବ ନାହିଁ। ରାଜଧାନୀ ଭୁବନେଶ୍ୱର ଛାଡ଼ି ଉପରେ ଏପରି ଏକ ନକଲି ସିମେଣ୍ଟ କାରଖାନା ଠାବ ହେଲା ପରେ ଲୋକଙ୍କ ଭିତରେ ଛନକା ପଶିଛି।

Advertisment

ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ଏକ ଡୁପ୍ଲିକେଟ୍‌ ସିମେଣ୍ଟ କାରଖାନା ଚାଲିଥିଲା। ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ। ଆଉ ସେହି ସିମେଣ୍ଟକୁ ବିଭିନ୍ନ ବ୍ରାଣ୍ଡର ସିମେଣ୍ଟ ଅଖାରେ ପୂରାଇ ମାର୍କେଟକୁ ଛାଡ଼ୁଥିଲେ। ଯାହାକୁ ଚିହ୍ନିବା କଷ୍ଟକର। ବିଲ୍‌କୁଲ ଅସଲି ସିମେଣ୍ଟ ପରି ଦେଖାଉଥିଲା। ସେହି ସିମେଣ୍ଟକୁ ରାଜଧାନୀ ଆଖପାଖ ଅଞ୍ଚଳରେ ଥିବା ସିମେଣ୍ଟ ଦୋକାନୀଙ୍କୁ ଯୋଗାଉଥିଲେ। ଦୀର୍ଘ ଦେଢ଼ ବର୍ଷ ହେଲା ଏହି କାରବାର ଚାଲିଥିଲା।

ବିଶେଷ ସୂତ୍ରରୁ ଖବର ପାଇ କମିଶନରେଟ୍‌ ପୁଲିସ୍‌ ଆଜି ସେହି ସିମେଣ୍ଟ କମ୍ପାନୀ ଉପରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସେଠାରୁ ୫୦୦ରୁ ଅଧିକ ବସ୍ତା ନକଲି ସିମେଣ୍ଟ ଜବତ କରିଥିଲା। ଏଥିସହ ସିମେଣ୍ଟ ତିଆରି ସରଞ୍ଜାମ ଜବତ କରିଥିଲା। ଏହାଛଡ଼ା ସେହି ସେମେଣ୍ଟ କାରଖାନା ଚଳାଉଥିବା ମାଲିକଙ୍କ ପାହାଳରେ ଥିବା ସିମେଣ୍ଟ ଗୋଦାମକୁ ପୁଲିସ୍‌ ସିଲ୍‌ କରିଛି। ଏହି ମାମଲାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe