Advertisment

ନଡ଼ିଆ ତେଲ ନାଁରେ ବିକୁଥିଲେ ପୋଡା ତେଲ, ବନ୍ଧା ହେଲେ ବାପପୁଅ

ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ । ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ପୁଲିସ୍‌ ପ୍ରସ୍ତୁତକର୍ତ୍ତା ବାପପୁଅଙ୍କୁ ଗିରଫ କରିଛି।

author-image
Niharika Rout
seized

seized

ଥରେ ଆଖି ପଡ଼ିଗଲେ ଭାବିବେ ଏହା ‘ଶଲିମାର’ ନଡ଼ିଆ ତେଲ ବୋତଲ। । କିନ୍ତୁ ସେଥିରେ ନାଁ ଲେଖା ହୋଇଛି ‘ଶିବାନୀ’। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ । ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ପୁଲିସ୍‌ ପ୍ରସ୍ତୁତକର୍ତ୍ତା ବାପପୁଅଙ୍କୁ ଗିରଫ କରିଛି। ଏଥିସହ କମ୍ପାନୀକୁ ସିଜ୍‌ କରିଛି।

Advertisment

ଗତ କିଛି ବର୍ଷ ଧରି ଏପରି ନକଲି ଅପମିଶ୍ରିତ ତେଲ ବଜାରକୁ ଛାଡ଼ୁଥିବା ଏକ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଛି ପୁଲିସ୍‌। ବ୍ରହ୍ମପୁର ବଡ଼ବଜାରରେ ଏକ ଛୋଟ ଘରେ ପ୍ରସ୍ତୁତ ହେଉଥିଲା ଏହି ଅପମିଶ୍ରିତ ତେଲ।

Raidନକଲି ତେଲ କାରଖାନା ଉପରେ ପୁଲିସ୍‌ର ଚଢ଼ାଉ ।

ପ୍ରସ୍ତୁତକର୍ତ୍ତା ଶାଲିମାର ନଡିଆ ତେଲ ଆଣି ସେଥିରେ ଲିକ୍ୱିଡ ପାରାଫିନ ଓ ଅନ୍ୟାନ୍ୟ ପୋଡା ତେଲ ମିଶାଇ ପ୍ରସ୍ତୁତ କରୁଥିଲେ ଏହି ନଡ଼ିଆ ତେଲ। ଯେପରିକି କେହି ଏହା ଉପରେ ସନ୍ଦେହ ନ କରିବେ ସେଥିନିମନ୍ତେ କେବଳ ବାସନା ପାଇଁ ଶଲିମାର୍ ନଡ଼ିଆ ତେଲ ମିଶା ଯାଉଥିବା ଏହାର ପ୍ରସ୍ତୁତକର୍ତ୍ତା କହିଛନ୍ତି।

Advertisment

ଶାଲିମାର କମ୍ପାନୀ ପକ୍ଷରୁ ଜାଣିବାପରେ ତାଙ୍କ ଲିଗାଲ ଟିମ୍ ପକ୍ଷରୁ ବଡ ବଜାର ଥାନାରେ ଅଭିଯୋଗ ଦିଆଯାଇଥିଲା। ପରେ ପୁଲିସ ସନ୍ଧାନ କରି ଶାସ୍ତ୍ରୀ ନଗର 4ର୍ଥ ଲାଇନ୍‌ରେ ଥିବା ଏହି ନକଲି ନଡ଼ିଆ ତେଲ କମ୍ପାନୀ ଉପରେ ଚଢ଼ାଉ କରିଛି। ବ୍ରାଣ୍ଡ, ଟ୍ରେଡ ମାର୍କ, ଅକ୍ଷର ଓ ଅନ୍ୟାନ୍ୟ ବିକ୍ରି ସମ୍ବନ୍ଧିତ ତଥ୍ୟ ଲୁଚାଇବା ଅଭିଯୋଗରେ ଚଢ଼ାଉ ହୋଇଥିଲା। ଚଢ଼ାଉ ସମୟରେ ତେଲ ପ୍ରସ୍ତୁତ ନିମନ୍ତେ ରଖାଯାଇଥିବା ଲିକ୍ୱିଡ ପାରାଫିନ, ଅନ୍ୟାନ୍ୟ ପୋଡା ତେଲ, ଯନ୍ତ୍ରପାତି, କାଗଜପତ୍ର ଆଦି ଜିନିଷ ଜବତ ହୋଇଛି।

Ganjam Arrest