Advertisment

ବନସ୍ପତିରୁ ତିଆରି ହେଉଥିଲା ବାଲ୍‌ଗୋପାଲ୍‌ ଗୁଆ ଘିଅ!

ଜଗତପୁର ନୂଆ ଶିଳ୍ପାଞ୍ଚଳରେ ‘ବାଲ୍‌ଗୋପାଲ’ ନାଁରେ ତିଆରି ହେଉଥିଲା ନକଲି ଘିଅ। ବନସ୍ପତିକୁ ଗରମ କରାଯାଇ ସେଥିରେ ଗୁଆ ଘିଅର ସେଣ୍ଟ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶା ଯାଉଥିଲା। ତା’ପରେ ଡବାରେ ପ୍ୟାକିଂ କରାଯାଇ ମାର୍କେଟକୁ ଛଡ଼ା ଯାଉଥିଲା।

Cuttack

Cuttack

Advertisment

ବନସ୍ପତିରେ ବିଭିନ୍ନ ଏସେନ୍ସ ମିଶାଇ ତିଆରି ହେଉଥିଲା ‘ବାଲ୍‌ଗୋପାଲ୍‌’ ଖାଣ୍ଟି ଗୁଆ ଘିଅ! ଆଉ ସେହି ଘଅକୁ ମାର୍କେଟକୁ ଛଡ଼ା ଯାଉଥିଲା। ଯାହାକୁ ଆମେ ଅସଲି ଘିଅ ଭାବି ଖାଉଛୁ ଓ ଠାକୁରଙ୍କ ପାଖରେ ପୂଜାରେ ବ୍ୟବହାର କରୁଛୁ। କଟକରୁ ଆସିଛି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ କରିଛି ପୁଲିସ୍‌ ଓ କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ସୁରକ୍ଷା ବିଭାଗ।

Advertisment

ଜଗତପୁର ନୂଆ ଶିଳ୍ପାଞ୍ଚଳରେ ‘ବାଲ୍‌ଗୋପାଲ’ ନାଁରେ ତିଆରି ହେଉଥିଲା ନକଲି ଘିଅ। ବନସ୍ପତିକୁ ଗରମ କରାଯାଇ ସେଥିରେ ଗୁଆ ଘିଅର ସେଣ୍ଟ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟ ମିଶା ଯାଉଥିଲା। ତା’ପରେ ଡବାରେ ପ୍ୟାକିଂ କରାଯାଇ ମାର୍କେଟକୁ ଛଡ଼ା ଯାଉଥିଲା। ଆଉ ଖାଣ୍ଟି ଗୁଆ ଘିଆ ବୋଲି କୁହାଯାଉଥିଲା। ଯାହାକୁ ଅସଲି ଭାବି ଲୋକମାନେ ଖାଇବା ସହିତ ପୂଜାରେ ବ୍ୟବହାର କରୁଥିଲେ। ଦୀର୍ଘ ଦିନ ଧରି ଏହି କାରବାର ଚାଲୁଥିଲା।

ନକଲି ଘିଅ ତିଆରି ନେଇ ଜଗତପୁର ଥାନା ପୁଲିସ୍‌ କୌଣସି ସୂତ୍ରରୁ ଖବର ପାଇଥିଲା। ତା’ପରେ ଏନେଇ ସିଏମ୍‌ସିର ଖାଦ୍ୟ ସୁରକ୍ଷା ବିଭାଗକୁ ଖବର ଦେଇଥିଲା। ପରେ ପୁଲିସ୍‌ ଓ ଖାଦ୍ୟ ସୁରକ୍ଷା ଟିମ୍‌ ମିଳିତ ଭାବେ ନକଲି ଘିଆ ଫ୍ୟାକ୍ଟ୍ରୀରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ପରିମାଣରେ ନକଲି ଘଅ ମହଜୁଦ୍‌ ଥିବା ଦେଖିବାକୁ ମିଳିଛି। ଏଥିସହ ଘିଅର ମାନ ଯାଞ୍ଚ ପାଇଁ ନମୂନା ସଂଗ୍ରହ କରାଯାଇଛି। ଏଥିସହ ନକଲି ଘିଅ କାରଖାନା ମାଲିକଙ୍କୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛୁ।

Advertisment
Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe