Advertisment

ଅସଲି ଡାକ୍ତରଙ୍କୁ ଲୁଟୁଥିଲେ ନକଲି ଆଇଟି ଅଫିସର, ଧରା ପଡ଼ିଗଲେ

ଟିଟିଲାଗଡର ଏହି ଯୁବକ ଗତକାଲି ଡାକ୍ତର ଗୋପବନ୍ଧୁ ସାହୁଙ୍କ ଘରେ ପହଞ୍ଚିଥିଲେ। ନିଜକୁ ଆୟକର ଅଧିକାରୀ କହି ଚଢାଉ ପାଇଁ ଆସିଥିବା କହିଥିଲେ।

author-image
Niharika Rout
Arrest

Arrest

ବଲାଙ୍ଗିରରେ ଗତ ୨ ଦିନ ହେଲାଣି ମଦ ବେପାରୀଙ୍କ ଘରେ ଆୟକର ରେଡ୍ ଚାଲିଥିବା ବେଳେ ଆଉ ଏକ ରୋଚକ ଘଟଣା ସାମନାକୁ ଆସିଛି। । ନିଜକୁ ଆଇଟି ଅଫିସର କହି ଜଣେ ଡାକ୍ତରଙ୍କୁ ଚୂନା ଲଗାଇବା ବେଳେ ଧରା ପଡ଼ିଗଲା ଯୁବକଙ୍କ ଚାଲାକି। ସ୍ଥାନୀୟ ଅଞ୍ଚଳର ଏକ କାର୍‌ ବ୍ୟବହାର କରି ଫସିଗଲେ ଯୁବକ । ଏହାପରେ ସମ୍ପୃକ୍ତ ଯୁବକଙ୍କୁ ବାନ୍ଧିଛି ପୁଲିସ୍‌ ।

Advertisment

ଟିଟିଲାଗଡର ଏହି ଯୁବକ ଗତକାଲି ଡାକ୍ତର ଗୋପବନ୍ଧୁ ସାହୁଙ୍କ ଘରେ ପହଞ୍ଚିଥିଲେ। ନିଜକୁ ଆୟକର ଅଧିକାରୀ କହି ଚଢାଉ ପାଇଁ ଆସିଥିବା କହିଥିଲେ। ଏପରିକି ଲକ୍ଷେ ଟଙ୍କା ଦେଲେ ଆଉ ଚଢାଉ ହେବନି ବୋଲି କହିବାରୁ ଡାକ୍ତର ତାକୁ ଟଙ୍କା ଦେଇ ଦେଇଥିଲେ।

ତେବେ ଟଙ୍କା ନେଇ ସେହି ଯୁବକ ସ୍ଥାନୀୟ ଏକ କାରରେ ଯିବାକୁ ନେଇ ସନ୍ଦେହ କରିଥିଲେ ଡାକ୍ତର । ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦେଇଥିଲେ।

Advertisment

ପୁଲିସ ସଂପୃକ୍ତ ଯୁବକଙ୍କୁ ସଇଁତଳାଠାରେ କାବୁ କରିଥିଲା। ଟିଟିଲାଗଡ଼ ପୁଲିସ ଯୁବକଙ୍କୁ ଗିରଫ କରିବା ସହ ବ୍ୟବହୃତ କାର ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏଥିରେ ସେ ଏକା ସମ୍ପୃକ୍ତ ଅଛନ୍ତି ନା ଆଉ କିଏ ବି ଅଛି ତାହାର ତଦନ୍ତ ଚାଲିଛି।

Balangir Arrest