Advertisment

ୟୁନିଟ ୧ ହାଟରୁ ନକଲି ଗୋପାଳ ଜର୍ଦ୍ଦା ଜବତ

କୋରାପୁଟରୁ କେନ୍ଦୁପତ୍ର ଆଣି ସେଥିରେ ସେଣ୍ଟ ମିଶାଇ ଗୋପାଳ ଜର୍ଦ୍ଦା ବ୍ରାଣ୍ଡ ନାଁରେ ସେମାନେ ବିକ୍ରି କରୁଥିଲେ।

Gopal Zarda

Gopal Zarda

Advertisment

ଭୁବନେଶ୍ବର ୟୁନିଟ ୧ ହାଟରେ ନକଲି ଗୋପାଳ ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଦୁଇ ଜଣ ଦୋକାନୀଙ୍କୁ ଗିରଫ କରିଛି। ସେମାନେ ହେଉଛନ୍ତି ୭ ନମ୍ବର ଦୋକାନର କୃଷ୍ଣଚନ୍ଦ୍ର ରାଉଳ ଓ ୧୪ ନମ୍ବର ଦୋକାନର ବାସୁଦେବ ମଣ୍ଡଳ।

Advertisment

କୃଷ୍ଣଚନ୍ଦ୍ର (୩୨)ଙ୍କ ଘର ପୁରୀ ଜିଲ୍ଲା ଚନ୍ଦନପୁରରେ ହୋଇଥିବା ବେଳେ ବାସୁଦେବ (୩୦)ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବନମାଳୀପୁରରେ। ସେମାନଙ୍କ ଠାରୁ ଗୋପାଳ ବ୍ରାଣ୍ଡର ନକଲି ଜର୍ଦ୍ଦା ଜବତ କରାଯାଇଛି।

ଗୋପାଳ ଇମ୍ପେରିଆଲ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) କୈଳାସ ସିଂହ ଚୌହାନ ଗତକାଲି କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଯେ ୟୁନିଟ-୧ ହାଟରେ କିଛି ଦୋକାନୀ ତାଙ୍କ କମ୍ପାନୀ ନାଁରେ ନକଲି ଜର୍ଦ୍ଦା ବିକ୍ରି କରୁଛନ୍ତି। ଏହା ପରେ ପୁଲିସ୍‌ର ଏକ ଟିମ୍ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ କୃଷ୍ଣଚନ୍ଦ୍ର ଓ ବାସୁଦେବ ଧରାପଡ଼ିଥିଲେ। ସେମାନଙ୍କଠାରୁ ବିଭିନ୍ନ ରକମର ନକଲି ଜର୍ଦ୍ଦା ଜବତ କରାଯାଇଛି, ଯେଉଁଗୁଡ଼ିକୁ ସେମାନେ ଗୋପାଳ ବ୍ରାଣ୍ଡରେ ବିକ୍ରି କରୁଥିଲେ।

Advertisment

କୋରାପୁଟରୁ କେନ୍ଦୁପତ୍ର ଆଣି ସେଥିରେ ସେଣ୍ଟ ମିଶାଇ ଗୋପାଳ ଜର୍ଦ୍ଦା ବ୍ରାଣ୍ଡ ନାଁରେ ସେମାନେ ବିକ୍ରି କରୁଥିଲେ। ଫଳରେ କାହାକୁ ସନ୍ଦେହ ହେଉନଥିଲା। ଆଗାମୀ ଦିନରେ ଏଭଳି ନକଲି ଜିନିଷ ବିକ୍ରି କରୁଥିବା ଦୋକାନଗୁଡ଼ିକରେ ମଧ୍ୟ ଚଢ଼ାଉ ହେବ। COTPA ଆକ୍ଟ ଅଧୀନରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା, ତାହା କରାଯିବ ବୋଲି ଜୋନ୍-୧ ଏସିପି ମାନସ ଗଡ଼ନାୟକ କହିଛନ୍ତି।

Odisha Police Fake Item Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe