Advertisment

ଦ୍ୱିତୀୟ ବିବାହ ବେଳେ ସ୍ୱାମୀକୁ ଉତ୍ତମ ମଧ୍ୟମ ଦେଲେ ପ୍ରଥମ ସ୍ତ୍ରୀ

୨ ଝିଅଙ୍କ ସହ ଅହଲ୍ୟା ବିବାହ ବେଦୀରେ ପହଞ୍ଚିଥିଲେ। ଯୋଗେଶଙ୍କୁ ବିବାହ ବେଦୀରେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
ଦ୍ୱିତୀୟ ବିବାହ କରିବା ବେଳେ

ଦ୍ୱିତୀୟ ବିବାହ କରିବା ବେଳେ

Advertisment

ବିବାହ ବେଦୀରେ ହଙ୍ଗାମା। ସ୍ତ୍ରୀ ଓ ଦୁଇ ଝିଅ ଥାଇ ଦ୍ୱିତୀୟ ବିବାହ କରିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କ ଉପରେ ବସିଛି ଉତ୍ତମ ମଧ୍ୟମ। ପ୍ରଥମ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରି ପୁଲିସ୍ ଜିମାରେ ଦେଇଛନ୍ତି। ପୁଲିସ୍ ଅଭିଯୁକ୍ତଙ୍କୁ ଅଟକ ରଖିଛି। 

Advertisment

ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟିସ୍ଥିତ ଦୁଲ୍ଲାଦେବୀ ମନ୍ଦିର ପରିସରରେ। ଖୋର୍ଦ୍ଧା ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ଗଣେଶ୍ୱରପୁର ଅଞ୍ଚଳର ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲେ। ଦୀର୍ଘ ଦିନ ଧରି ସେମାନଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା। ଉଭୟଙ୍କର ୨ଟି କନ୍ୟା ସନ୍ତାନ ମଧ୍ୟ ଅଛନ୍ତି। 

ଯୋଗେଶଙ୍କର ଅନ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ହେବାରୁ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। ଆଜି ଯୋଗେଶ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ସେହି ଯୁବତୀଙ୍କୁ ବିବାହ କରୁଥିବା ବେଳେ ପ୍ରଥମ ସ୍ତ୍ରୀ ଅହଲ୍ୟା ଖବର ପାଇଥିଲେ। ୨ ଝିଅ ଓ ତାଙ୍କ ପରିବାର ଲୋକଙ୍କ ସହିତ ଅହଲ୍ୟା ବିବାହ ବେଦୀରେ ପହଞ୍ଚିଥିଲେ। ଯୋଗେଶଙ୍କୁ ବିବାହ ବେଦୀରେ ସେ ଓ ତାଙ୍କ ପରିବାର ଲୋକେ ଉତ୍ତମ ମଧ୍ୟମ ଦେବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଏହାପରେ ମନ୍ଦିରରୁ ଯୋଗେଶଙ୍କ ପ୍ରେମିକ ଚମ୍ପଟ ମାରିଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥିତିକୁ ସମ୍ଭାଳିଥିଲା। ଯୋଗେଶଙ୍କୁ ବାଳକାଟି ଫାଣ୍ଡିରେ ଅଟକ ରଖାଯାଇଛି। 

Advertisment
Remarriage Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe