Advertisment

୯୦୦ ବୋତଲ କଫ୍ ସିରପ ଜବତ; ଜଣେ ଗିରଫ

ଗତକାଲି ଅବକାରୀ ବିଭାଗ ଚଢ଼ଉ କରି ୯୦୦ ବୋତଲ କଫ୍ ସିରପ ଜବତ କରିଥିଲା।

author-image
Tapaswini Nayak
Cough syrup seized

Cough syrup seized

ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ରୁଣିମହୁଲ ଗାଁରୁ ୯୦୦ ବୋତଲ କଫ୍ ସିରପ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିଛି।

Advertisment

ରୁଣିମହୁଲ ଗାଁରେ ବେଆଇନ କଫ୍ ସିରପ ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ଗତକାଲି ଅବକାରୀ ବିଭାଗ ଚଢ଼ଉ କରି ୯୦୦ ବୋତଲ କଫ୍ ସିରପ ଜବତ କରିଥିଲା।

ଏହି ବେଆଇନ କଫ୍ ସିରପ ଚାଲାଣରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ଏହାର ଚେର କେତେବାଟ ଲମ୍ବଛି ଅବକାରୀ ବିଭାଗ ତାର ଖୋଳତାଡ଼ କରୁଛି।

Advertisment

ସୂଚନାଯୋଗ୍ୟ, ସେହିପରି ଧନୁପାଲି ଥାନା ଅନ୍ତର୍ଗତ ସରଲାକାନି ଗାଁରେ ଅବକାରୀ ବିଭାଗ ଚଢ଼ାଉ କରାଯାଇ ୩୦ ଲିଟର ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

Sambalpur