Advertisment

ମା’ ଶାରଳାଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଚୋର

ଗତକାଲି ବିଳମ୍ବିତ ରାତିରେ କେହି ଚୋର ମା ଶାରଳାଙ୍କ ହୁଣ୍ଡି ଭାଙ୍ଗି ଚୋର ଟଙ୍କା ନେଇ ଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
maa sarala temple

maa sarala temple

ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ହୁଣ୍ଡି ଭାଙ୍ଗି ଟଙ୍କା ନେଇଗଲେ ଚୋର। ତେବେ ହୁଣ୍ଡିରୁ କେତେ ଟଙ୍କା ଚୋରି ହୋଇଛି ତାହା ଜଣାପଡ଼ି ନାହିଁ। ହୁଣ୍ଡିରେ ଥିବା ଟଙ୍କାର ୧୫ ରୁ ୨୦% ଚୋରି ହୋଇଥିବା ସନ୍ଦେହ କରାଯାଉଛି।

Advertisment

ଗତକାଲି ବିଳମ୍ବିତ ରାତିରେ କେହି ଚୋର ମା ଶାରଳାଙ୍କ ହୁଣ୍ଡି ଭାଙ୍ଗି ଚୋର ଟଙ୍କା ନେଇ ଯାଇଥିଲା। ଆଜି ସକାଳେ ଏହି ଘଟଣା ଜଣାପଡିବା ପରେ କନକପୁର ଫାଣ୍ଡି ଓ ତିର୍ତ୍ତୋଲ ଥାନା ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ ସହିତ ତଦନ୍ତ ଆରମ୍ଭ କରିଛି। 

ମା’ ଶାରଳାଙ୍କ ହୁଣ୍ଡିର ତାଲା କଟର ସାହାଯ୍ୟରେ  କଟାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ତିର୍ତ୍ତୋଲ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ଏହାସହ ହୁଣ୍ଡିରେ ପଡିଥିବା ଟଙ୍କାର ୧୫ ରୁ ୨୦% ଚୋରି ହୋଇଥିବା ସେ କହିଛନ୍ତି।

Advertisment
Loot Jagatsinghpur