Advertisment

ରାଜଧାନୀରେ ମାତିଲେ ଲୁଟେରା; ଝରକା ତାଡ଼ି ନେଇଗଲେ ୨୦ ଭରି ସୁନା ସହ ଟଙ୍କା

ଆଲମାରି ଭାଙ୍ଗି ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଲେ ଲୁଟେରା।

author-image
Tapaswini Nayak
ଅଦ୍ୟତନ ହୋଇଛି
Loot

Loot

ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା। ଘରର ଝରକା ତାଡ଼ି ଘରେ ପଶି କଳାକନା ବୁଲାଇଦେଲେ। ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଯାଇଥିବା ଇନଫୋସିଟି ଥାନାରେ ଅଭିଯୋଗ ହୋଇଛି।

Advertisment

ଗତକାଲି ରାତିରେ ଲୁଟେରାମାନେ ଇନଫୋସିଟି ଥାନା ଅନ୍ତର୍ଗତ ଶ୍ରୀ ଗଣେଶ ବିହାରରେ ରହୁଥିବା ବଂଶୀଧର ଗଉଡଙ୍କ ଘରେ ପଶିଥିଲେ। ଆଲମାରି ଭାଙ୍ଗି ଘରୁ ୨୦ଭରି ସୁନାଗହଣା ସହ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଛନ୍ତି ଗଣେଶ। ଇନଫୋସିଟି ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

ବଂଶୀଧର ଗଉଡ କହିଛନ୍ତି, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଆମେ ସ୍ୱାମୀସ୍ତ୍ରୀ ଘରେ ଶୋଇଥିଲୁ। ଏହି ସମୟରେ କିଛି ଲୁଟେରା ଝରକା ତାଡ଼ି ଘରେ ସୁନାଗହଣା ଲୁଟି ନେଇଥିଲେ। ଆଜି ସକାଳେ ଆମ ଘରର ଜିନଷ ପତ୍ର ଏଣେତେଣେ ପଡ଼ିଥିବାବେଳେ ଆଲମାରି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲୁ। ଏଥିସହ ଆଲମାରିରେ ଗହଣା ନଥିବା ଦେଖିଥିଲୁ। ପରେ ଏନେଇ ଆମେ ଥାନାରେ ଅଭିଯୋଗ କରିଥିଲୁ ।

Advertisment
Bhubaneswar Loot