Advertisment

ସା‍ବଧାନ ରାଜଧାନୀବାସୀ; ଘରେ ପଶି କଳାକନା ବୁଲାଉଛନ୍ତି ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର

ଗତ ଦୁଇ ମାସ ଭିତରେ ରାଜଧାନୀରେ ୧୫ଟି ଆପଣ୍ଟମେଣ୍ଟ ଓ ୩୧ଟି ଘରେ ଚୋରି ହୋଇଛି।

ଅଦ୍ୟତନ ହୋଇଛି
loot

loot

Advertisment

ରାଜଧାନୀରେ ମାତିଛନ୍ତି ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର। ଘରେ ପଶି ବୁଲାଉଛନ୍ତି କଳାକନା। ରାଜଧାନୀର ମଞ୍ଚେଶ୍ୱର ରେଲୱେ କଲୋନୀରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ସୁନା ଅଳଙ୍କାର ସହ ୨୮ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଘରେ ଲାଗିଥିବା ସିସିଟିଭିରେ ଲୁଟ୍‌ ସମୟର ସବୁ ଦୃଶ୍ୟ କଏଦ ହୋଇଛି।

Advertisment

ମଞ୍ଚେଶ୍ୱର ରେଲୱେ କଲୋନୀରର B 15/2 କ୍ୱାର୍ଟର୍ସରେ ରହୁଥିବା ରଞ୍ଜନ କୁମାର ସିଂହଙ୍କ ପରିବାର ଘରେ ନଥିଲେ। ଏହାର ସୁଯୋଗ ନେଇ ୩ ଜଣ ଜିନ୍ସ ଜ୍ୟାକେଟ୍ ପିନ୍ଧା ସ୍ମାର୍ଟ ଚୋର ଗତକାଲି ରାତି ପ୍ରାୟ ୩ଟା ସମୟରେ ତାଙ୍କ ଘରେ ପଶିଥିଲେ। ଘରୁ ସୁନା ଅଳଙ୍କାର ସହ ନଗଦ ୨୮ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ। ରଞ୍ଜନଙ୍କ ଘରେ ଲାଗିଥିବା ସିସିଟିଭିରେ ଚୋରମାନେ ଘର ଭିତରକୁ ପଶୁଥିବା ଦୃଶ୍ୟ କଏଦ ହୋଇଛି। ଏନେଇ ରଞ୍ଜନ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତ ଦୁଇ ମାସ ଭିତରେ ରାଜଧାନୀରେ ୧୫ଟି ଆପଣ୍ଟମେଣ୍ଟ ଓ ୩୧ଟି ଘରେ ଚୋରି ହୋଇଛି। ବାହାର ରାଜ୍ୟର ଗ୍ୟାଙ୍ଗ ଏଥିରେ ସାମିଲ ଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ହେଲେ କମିଶନରେଟ୍ ପୁଲିସ ଏପର୍ଯ୍ୟନ୍ତ ଏହି ଲୁଟେରା ଗ୍ୟାଙ୍ଗକୁ ଧରିବାରେ ବିଫଳ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜଧାନୀ ବାସୀ।

Advertisment
Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe