Advertisment

QR codeରେ ଚଞ୍ଚକତା କରି ୧୪ କୋଟି ଲୁଟ୍ ଘଟଣାରେ ଜଣେ ଗିରଫ

ଏକ କମ୍ପାନୀର କ୍ୟୁଆର କୋଡ୍‌ରେ ଚଞ୍ଚକତା କରି ୧୪ କୋଟି ଟଙ୍କା ଲୁଟି ନେବା ଅଭିଯୋଗରେ ଭୁବନେଶ୍ୱର EOW (ଅର୍ଥନୀତିକ ଅପରାଧିକ ଶାଖା) ଜଣଙ୍କୁ ଗିରଫ କରିଛି।

Karan Kumar Singh

Karan Kumar Singh

Advertisment

ଏକ କମ୍ପାନୀର କ୍ୟୁଆର କୋଡ୍‌ରେ ଚଞ୍ଚକତା କରି ୧୪ କୋଟି ଟଙ୍କା ଲୁଟି ନେବା ଅଭିଯୋଗରେ ଭୁବନେଶ୍ୱର EOW (ଅର୍ଥନୀତିକ ଅପରାଧିକ ଶାଖା) ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶର ନୋଏଡାର କରଣ କୁମାର ସିଂହ। ତାଙ୍କୁ ସେଠାରୁ ଗିରଫ କରି ଭୁବନେଶ୍ୱର ଅଣାଯାଇଛି।

Advertisment

ଭୁବନେଶ୍ୱରର ‘I ServeU Technology Pvt Ltd’ ଏ ପ୍ରକାର ଠକେଇର ଶିକାର ହୋଇଛି। ଏନେଇ କମ୍ପାନୀର ମୁଖ୍ୟ ବୈଷୟିକ ଅଧିକାରୀ ସଞ୍ଜୀବ କୁମାର ପରିଡ଼ା ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ EOW ମାମଲା ରୁଜୁ କରିଥିଲା।

ଚଳିତ ବର୍ଷ ଏପ୍ରିଲ-ମେ’ ମାସରେ ନୋଏଡାର Payone Digital Services Pvt. Ltd ସହିତ ‘I ServeU Technology Pvt Ltd’ ଏକ ଟେକ୍ନୋଲୋଜି ଇଣ୍ଟିଗ୍ରେସନ ଚୁକ୍ତି ହୋଇଥିଲା। ଉକ୍ତ କମ୍ପାନୀ ଡିଜିଟାଲ ପେମେଣ୍ଟ ସେବା ଯୋଗାଇ ଦେଇଥାଏ। ଚୁକ୍ତ ଅନୁଯାୟୀ ବ୍ୟବସାୟିକ ଉପଯୋଗ ପାଇଁ ଉକ୍ତ କମ୍ପାନୀକୁ ‘I ServeU Technology Pvt Ltd’ ପକ୍ଷରୁ ୟୁପିଆଇ ଏପିଆଇ ଯୋଗାଇ ଦିଆଯାଇଥିଲା। କରଣ କୁମାର ସିଂହ ଓ ତାଙ୍କ ଭାଇ ଲାଲୁ ସିଂହ Payone Digital Services Pvt. Ltdର ନିର୍ଦ୍ଦେଶକ ଅଛନ୍ତି।

Advertisment

ଗତ ଜୁନ୍ ୬ ମାସରେ ଅଭିଯୋଗକାରୀ କମ୍ପାନୀ ଜାଣିବାକୁ ପାଇଥିଲା ଯେ ଏକ ବ୍ୟାଙ୍କ ଆକାଉଣ୍ଟରେ ଥିବା ଏହାର ଅର୍ଥର ଅସ୍ୱାଭାବିକ ଭାବେ ହ୍ରାସ ପାଇଛି। ଖୋଳତାଡ଼ କରିବା ପରେ ଜଣାପଡ଼ିଥିଲା ଯେ କରଣ କୁମାର ସିଂହ ଓ ଲାଲୁ ସିଂହ ‘I ServeU Technology Pvt Ltd’ର କ୍ୟୁଆର କୋଡ୍‌ରେ ଚଞ୍ଚକତା କରି ୧୪.୩୩ କୋଟି ଟଙ୍କା ହଡ଼ପ କରି ନେଇଛି। ଉକ୍ତ ଟଙ୍କାକୁ ସେମାନେ ଭିନ୍ନ ଭିନ୍ନ ୧୨୫ଟି ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ।

ଟେକ୍ନୋଲୋଜିର ସହାୟତା ନେଇ ହୋଇଥିବା ଏହି ଲୁଟ୍‌ରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତି ଥାଇପାରନ୍ତି ବୋଲି EOW ସନ୍ଦେହ କରୁଛି। ପୂର୍ବରୁ ଏଭଳି ମାମଲା ସାମ୍ନାକୁ ଆସି ନଥିବାରୁ EOW ମାମଲାଟିର ସଠିକ ତଦନ୍ତ ପାଇଁ ବିଶେଷଜ୍ଞମାନଙ୍କ ସହାୟତା ନେଉଛି।

Cyber Crime Cyber Fraud EOW
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe