Advertisment

ଦିଲ୍ଲୀ ଅବକାରୀ ନୀତି ମାମଲା: ଆପ୍‌କୁ ‘ଲାଞ୍ଚ’ ଟଙ୍କା ଦେଇଥିବା ବ୍ୟକ୍ତିଙ୍କୁ ବାନ୍ଧିଲା ଇଡି

ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ବିରୋଧରେ ଇଡି ଖୁବଶୀଘ୍ର ଚାର୍ଜଶିଟ୍‌ ଦାଖଲ କରିବ। ଏହାପୂର୍ବରୁ ହିଁ ଲାଞ୍ଚ ଟଙ୍କା ଆପ୍‌କୁ ଦେବା ଅଭିଯୋଗରେ ଇଡି ବିନୋଦଙ୍କୁ ବାନ୍ଧିଛି।

ED

ED

Advertisment

ପ୍ରତ୍ୟାହାର ହୋଇ ସାରିଥିବା ଦିଲ୍ଲୀ ଅବକାରୀ ନୀତି ‘ଦୁର୍ନୀତି’ ମାମଲାରେ ଆଜି ଇଡି କ୍ୟାଶ କୋରିୟର ବିନୋଦ ଚୌହ୍ୱାନଙ୍କୁ ଗିରଫ କରିଛି। ବିନୋଦ ସାଉଥ ଗ୍ରୁପ ଠାରୁ ଅବକାରୀ ନୀତିର ‘ଲାଞ୍ଚ’ ଟଙ୍କା ଆଣି ଆପ୍‌କୁ ଦେଇଥିଲେ। ଆପ୍‌ର ଗୋଆ ନିର୍ବାଚନ ଖର୍ଚ୍ଚ ଲାଗି ସେ ଲାଞ୍ଚ ଟଙ୍କା ଦେଇଥିଲେ ବୋଲି ଇଡି ଦାବି କରିଛି।

Advertisment

ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ବିରୋଧରେ ଇଡି ଖୁବଶୀଘ୍ର ଚାର୍ଜଶିଟ୍‌ ଦାଖଲ କରିବ। ଏହାପୂର୍ବରୁ ହିଁ ଲାଞ୍ଚ ଟଙ୍କା ଆପ୍‌କୁ ଦେବା ଅଭିଯୋଗରେ ଇଡି ବିନୋଦଙ୍କୁ ବାନ୍ଧିଛି।

ଉଭୟ କେଜ୍ରିୱାଲ ଓ କବିତା ଏବେ ତିହାର ଜେଲର ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଉଭୟ ନିଜ ନିଜର ଗିରଫଦାରୀକୁ କୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଛନ୍ତି। ଏହାପୂର୍ବରୁ ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିବା ଇଡି ଦାବି କରିଥିଲା ଯେ ବିନୋଦ ହିଁ କବିତାଙ୍କ ସହଯୋଗୀଙ୍କ ଠାରୁ ଟଙ୍କା ବ୍ୟାଗ ସଂଗ୍ରହ କରିଥିଲେ।

Advertisment

ଏହାପରେ ଏହାକୁ ହାୱାଲା ରାକେଟ ଦ୍ୱାରା ଗୋଆର ଆପ ନେତାମାନଙ୍କ ପାଖକୁ ପଠାଯାଇଥିଲା। କେ କବିତାଙ୍କ ଜଣେ କର୍ମଚାରୀ ତାଙ୍କ ବିବୃତିରେ ଏକଥାକୁ ସ୍ୱୀକାର କରିଛନ୍ତି। କର୍ମଚାରୀ ଜଣଙ୍କ କହିଛନ୍ତି ଯେ ମାମଲାର ଅନ୍ୟତମ ଅଭିଯୁକ୍ତ ଦୀନେଶ ଅରୋରାଙ୍କ ଅଫିସରୁ ଅଭିଷେକ ବୋଇନପାଲ୍ଲୀଙ୍କ ନିର୍ଦ୍ଦେଶରେ ସେ ଦୁଇ ବଡ଼ବଡ଼ ଟଙ୍କା ବ୍ୟାଗ କଲେକ୍ଟ କରିଥିଲେ। ଏହାପରେ ଉକ୍ତ ଦୁଇ ବ୍ୟାଗକୁ ବିନୋଦ ଚୌହ୍ୱାନଙ୍କୁ ଦେଇଥିଲେ।

ଇଡିର କହିବା କଥା ଯେ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲ ହେଉଛନ୍ତି କିଙ୍ଗପିନ୍‌। ୨୦୨୨ରେ ଏହି ମାମଲାରୁ ସଂଗ୍ରହ କରାଯାଇଥିବା ଲାଞ୍ଚ ମଧ୍ୟରୁ ୪୫ କୋଟି ଟଙ୍କା ଆପର ଗୋଆ ନିର୍ବାଚନ ପ୍ରଚାରରେ ବ୍ୟବହାର ହୋଇଥିଲା।

ED Raid Arvind Kejriwal Delhi Liquor Policy Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe