Advertisment

MBBS ସିଟ୍‌ରେ ଆଡମିଶନ ନାଁରେ ଟଙ୍କା ହଡ଼ପ ମାମଲା; ୪୬ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଆବେଦନ

ଏହି ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବ୍ୟାଜାପ୍ତ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି ।

ଅଦ୍ୟତନ ହୋଇଛି
undefined

doctor

Advertisment

ମ୍ୟାନେଜମେଣ୍ଟ କୋଟାରେ MBBS ସିଟ୍‌ରେ ଆଡମିଶନ ଦେବା ନାଁରେ ଲକ୍ଷାଧୀକ ଟଙ୍କା ହଡ଼ପ ମାମଲାକୁ ନେଇ କିଛି ଦିନ ପୂର୍ବେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଏବେ ଏହାକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ମାମଲାର ୨ ଅଭିଯୁକ୍ତଙ୍କ ନିକଟରୁ ଜବତ ୪୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆବେଦନ କରିଛି ।

Advertisment

ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ୱରସ୍ଥିତ ସ୍ପେଶାଲ ପିଏମଏଲ୍ଏ ଅଦାଲତରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିଛି । ମାମଲାରେ ଅଭିଯୁକ୍ତ ଥିବା ରଘୁନାଥ ବେହେରା ଓ ତାଙ୍କ ଭାଇ ଭରତ ବେହେରାଙ୍କ ସହ ଅନ୍ୟମାନଙ୍କୁ ବି ଦଣ୍ଡ ଦେବା ଲାଗି ଇଡି ଆବେଦନ କରିଛି ।  

ଅଭିଯୁକ୍ତମାନେ MBBS seat ରେ ବିଭିନ୍ନ କଲେଜର management କୋଟା ରେ ନାମ ଲେଖାଇବା ନାଁରେ ବହୁ ଆଶାୟୀଙ୍କଠାରୁ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ରାକେଟ ସିଟ୍‌ ବୁକ୍‌ କରି ମ୍ୟାନେଜମେଣ୍ଟ କୋଟାରେ ଆଡମିଶନ କରାଇ ଦେବା ନାଁରେ ମୋଟା ଅଙ୍କର ଅର୍ଥ ହଡ଼ପ କରୁଥିଲା । ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିଲା। କ୍ରାଇମବ୍ରାଞ୍ଚ ସେତେବଳେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। 

Advertisment

 ପରବର୍ତ୍ତୀ ସମୟରେ ଇଡି ଏହି ମାମଲାର ତଦନ୍ତ ଆରମ୍ଭ କରି ଅନେକ ଦିଗର ଖୋଡ଼ତାଡ଼ କରିଛି। ଅଭିଯୁକ୍ତଙ୍କ ବିରୋଧରେ ପ୍ରସିକ୍ୟୁସନ୍ ଅଭିଯୋଗ ଦାଖଲ କରିବା ସହ ୪୬ ଲକ୍ଷ ଟଙ୍କା ବାଜ୍ୟାପ୍ତି କରିବାକୁ ଆଦେଦନ କରିଛି।

ED Raid Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe