Advertisment

ପ୍ରଭାତ ବିଶ୍ୱାଳଙ୍କ ଅଡ଼ୁଆ ବଢ଼ିଲା, ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କଲା ଇଡି

ବିଶ୍ୱାଳ ଦମ୍ପତିଙ୍କ ବ୍ୟତୀତ ସିସୋର ଚିଟଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ପ୍ରଭାତ କୁମାର ଦାଶ ଓ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ମଧ୍ୟ ସ୍ୱତନ୍ତ୍ର କୋର୍ଟରେ ମନି ଲଣ୍ଡ୍ରିଂ ଆକ୍ଟରେ ଏହି ଚାର୍ଜଶିଟ୍‌ ଦାଖଲ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Pravat biswal

Pravat biswal

Advertisment

ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଡ଼ୁଆ ବଢ଼ିଲା। ଭୁବନେଶ୍ୱରସ୍ଥିତ ସିବିଆଇ କୋର୍ଟ ଶ୍ରୀ ବିଶ୍ୱାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀଙ୍କ ବିରୁଦ୍ଧରେ ଆଇପିସିର ବିଭିନ୍ନ ଧାରାରେ ଚାର୍ଜଫ୍ରେମ କରିବା ପରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଅତିରିକ୍ତ ଚାର୍ଜଶିଟ୍‌ ଦାଖଲ କରିଛି।

Advertisment

ବିଶ୍ୱାଳ ଦମ୍ପତିଙ୍କ ବ୍ୟତୀତ ସିସୋର ଚିଟଫଣ୍ଡ ସଂସ୍ଥାର ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ, ପ୍ରଭାତ କୁମାର ଦାଶ ଓ ଅନ୍ୟ ୩ଜଣଙ୍କ ବିରୁଦ୍ଧରେ ମଧ୍ୟ ସ୍ୱତନ୍ତ୍ର କୋର୍ଟରେ ମନି ଲଣ୍ଡ୍ରିଂ ଆକ୍ଟରେ ଏହି ଚାର୍ଜଶିଟ୍‌ ଦାଖଲ ହୋଇଥିବା ଜଣାପଡ଼ିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ଜାରି ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର କୋର୍ଟ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି । ପୂର୍ବରୁ ଏହି ମାମଲାରେ ୨୦୧୬ ଓ ୨୦୧୭ରେ ଅତିରିକ୍ତ ଅଭିଯୋଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିଲା । ଓଡ଼ିଶା ଅର୍ଥନୀତିକ ଅପରାଧ ଶାଖାରେ ପଞ୍ଜିକୃତ ଏଫଆଇଆର ଆଧାରରେ ମନି ଲଣ୍ଡ୍ରିଂ ଆକ୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତ ଆରମ୍ଭ କରିଥିଲା।

Advertisment

ଆଉ ପରବର୍ତ୍ତୀ ସମୟରେ ଆଇପିସିର ବିଭିନ୍ନ ଧାରା ଓ ମନି ସର୍କୁଲେସନ୍ ସ୍କିମ୍ (ବ୍ୟାନ) ଆକ୍ଟ ଏବଂ ଓଡ଼ିଶା ଜମାକାରୀ ସ୍ୱାର୍ଥରକ୍ଷା ଆଇନର ପ୍ରାବଧାନ ଆଧାରରେ ଚାର୍ଜଶିଟ ଦାଖଲ କରିଥିଲା । ଗତ ୩ଦିନ ପୂର୍ବରୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ବିଶ୍ୱାଳ ଦମ୍ପତିଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ହେବାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ଅତିରିକ୍ତ ଚାର୍ଜଶିଟ୍ ଦାଖଲ ହେବା ବିଶ୍ୱାଳ ଦମ୍ପତିଙ୍କ ପାଇଁ ସମସ୍ୟା ବଢ଼ାଇଛି ।

ସୂଚନାଯୋଗ୍ୟ, ସିସୋର ଚିଟଫଣ୍ଡ ମାମଲାରେ ଶ୍ରୀ ବିଶ୍ୱାଳଙ୍କୁ ସିବିଆଇ ଗତ ୨୦୧୭ ସେପ୍ଟେମ୍ବର ୧୯ତାରିଖରେ ଗିରଫ କରିଥିଲା । ଶ୍ରୀ ବିଶ୍ୱାଳଙ୍କ ବିରୁଦ୍ଧରେ ମନି ଲଣ୍ଡ୍ରିଂ ଆକ୍ଟରେ ମାମଲା ରୁଜୁ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ୨୦୨୨ ଜୁଲାଇ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କର ପ୍ରାୟ ୩କୋଟି ୯୨ଲକ୍ଷ ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରିଥିଲେ । ଏଥିରେ କଟକସ୍ଥିତ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଥବା ୨୫ଲକ୍ଷ ଟଙ୍କା ସାମିଲ ଅଛି । ଶ୍ରୀ ବିଶ୍ୱାଳ ଏବେ ଜାମିନରେ ଅଛନ୍ତି ।

Odisha ED Raid Chit Fund Scam Pravat Biswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe