Advertisment

ଶରଦ ପାୱାରଙ୍କ ସହଯୋଗୀଙ୍କ ଘରେ ଇଡି ଚଢାଉ, 25 କୋଟିର ସୁନା-ହୀରା ଅଳଙ୍କାର ଜବତ

ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହଯୋଗୀ ତଥା ପୂର୍ବତନ ସାଂସଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ। ଜବତ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି।

ଅଦ୍ୟତନ ହୋଇଛି
ED Logo

ED Logo

Advertisment

ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହଯୋଗୀ ତଥା ପୂର୍ବତନ ସାଂସଦ ଇଶ୍ୱରଲାଲ ଜୈନଙ୍କ ଘରେ ଇଡିର ଚଢାଉ। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ। ନଗଦ ଦେଢ କୋଟି ଟଙ୍କା ସମେତ 39 କେଜିର ସୁନା ଓ ହୀରା ଅଳଙ୍କାର ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜବତ ହୋଇଥିବା ଅଳଙ୍କାରର ମୂଲ୍ୟ 25 କୋଟିରୁ ଅଧିକ ହେବ। 

Advertisment

ଜୈନଙ୍କ ଜଳଗାଁ, ନାଶିକ୍ ଏବଂ ଥାନେରେ ଥିବା 13 ଟି ସ୍ଥାନରେ ଚଢାଉ କରିଛି ଇଡି। ଜୈନଙ୍କ ପୁଅ ପରିଚାଳନା କରୁଥିବା କମ୍ପାନୀର କାଗଜପତ୍ର ମଧ୍ୟ ଜବତ କରିଛି ଇଡି। ଜଳଗାଁର 2 ଟି ବେନାମୀ ସମ୍ପତ୍ତି ବ୍ୟତୀତ ରାଜମଲ ଲକ୍ଷ୍ମୀଚାନ୍ଦ ଗ୍ରୁପର 50 କୋଟିରୁ ଅଧିକ ମୂଲ୍ୟର 60 ଟି ସମ୍ପତ୍ତିର ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି। ଇଡି ଅଧିକାରୀ କହିଛନ୍ତି ଯେ, ଜୈନଙ୍କ ଦ୍ୱାରା ନିୟନ୍ତ୍ରିତ 3 ଟି ଅଳଙ୍କାର ସଂସ୍ଥାର ଆକାଉଣ୍ଟ ଯାଞ୍ଚ ସମୟରେ ସ୍ଥାବର ଅସ୍ଥାବର ସମ୍ପତ୍ତି ଠୁଳ କରାଯାଇଛି। 

ଜୈନ, ଆର ଏଲ୍ ଏଣ୍ଟରପ୍ରାଇସେସ୍ ନାମରେ ନୂଆ ଅଳଙ୍କାର ବ୍ୟବସାୟ ଏବଂ ରିଅଲ୍ ଇଷ୍ଟେଟ୍ ସେକ୍ଟର୍, କାର୍ ଡିଲରସିପ୍ ଏବଂ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ବିନିଯୋଗ କରିଥିବା ସମସ୍ତ ଟଙ୍କା ଆୟ ବହିର୍ଭୂତ ବୋଲି ଇଡି କହିଛି। ସେ ଏହି ସବୁ ଟଙ୍କାକୁ ବ୍ୟାଙ୍କରୁ ଋଣ ଆଣି ଠକିଛନ୍ତି। ବ୍ୟାଙ୍କ ଋଣ ଠକେଇ ସହ ଜଡିତ ଅର୍ଥ ହେରଫେର୍ ମାମଲାରେ ଜୈନଙ୍କ ପରିବାରର ସମ୍ପୃକ୍ତି ଥିବା କହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Advertisment

ଗତ ଡିସେମ୍ବରରେ ସିବିଆଇ ମଧ୍ୟ ତାଙ୍କର କେତେକ ସଂସ୍ଥା ଉପରେ ଚଢାଉ କରିଥିଲା। ସେତେବେଳେ ସିବିଆଇ ଜୈନଙ୍କ ସମେତ ତାଙ୍କ ସଂସ୍ଥାର ସହଯୋଗୀ ଏବଂ ପରିବାର ସଦସ୍ୟଙ୍କ ବିରୋଧରେ ତିନୋଟି ବ୍ୟାଙ୍କ ଜାଲିଆତି ମାମଲା ରୁଜୁ କରିଥିଲା। ଅଭିଯୁକ୍ତମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ 353 କୋଟି ଟଙ୍କା ଋଣ ନେଇ ଠକିଥିବା ଦର୍ଶାଇଥିଲା ସିବିଆଇ। ଏହି ଅଭିଯୋଗକୁ ଆଧାର କରି ଇଡି ମନି ଲଣ୍ଡରିଂ ମାମଲା ପଞ୍ଜିକରଣ କରି ତଦନ୍ତ କରିଥିଲା। ତଦନ୍ତ ସମୟରେ କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରାଯାଇଛି।

ଅଭିଯୋଗ ଆଧାରରେ, ଜୈନଙ୍କ ପାଖରେ 1,284 କିଲୋଗ୍ରାମରୁ ଅଧିକ ଅଳଙ୍କାର ରହିଛି, ମାତ୍ର ବର୍ତ୍ତମାନ ସୁଦ୍ଧା ଇଡି କେବଳ 40 କିଲୋଗ୍ରାମ ସୁନାର ସନ୍ଧାନ ପାଇଛି।

ED Raid Sharad Pawar Enforcement Directorate NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe