୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଡିଏନ୍ ଗ୍ରୁପ୍, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚୁପ୍

ଡିଏନ୍ ଗ୍ରୁପ୍ ନିଜର ବିଭିନ୍ନ କମ୍ପାନୀ ମାଧ୍ୟମରେ ଲୁଚାଛପାରେ ମୋଟ ୨୧୦କୋଟି ଟଙ୍କା ନଗଦ ଟଙ୍କା ସଂଗ୍ରହ କରିଛି ।

DN GROUP PhotoOR

ଡିଏନ ଗ୍ରୁପ୍‌ର ଅଫିସ

Ordigital Desk
  • Published: Wednesday, 12 July 2023
  • Updated: 12 July 2023, 09:48 AM IST

Sports

Latest News

ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ୍ ଗ୍ରୁପ୍ ମୋଟ ୯୦କୋଟି ଟଙ୍କାର ଟିକସ ଫାଙ୍କିଛି ଓ ଚଢ଼ଉବେଳେ ମୋଟ ନଗଦ ୯.୭୪କୋଟି ଟଙ୍କା ଜବତ ହୋଇଥିଲା ବୋଲି ଆୟକର ବିଭାଗ ସୂତ୍ରରୁ ଜଣାପଡ଼ିଛି । ତେବେ ଏତେ ପରିମାଣର ଟିକସ ଫାଙ୍କିବା ଓ ନଗଦ ଜବତ ହେବାର ୪ଦିନ ପରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚୁପ୍ ବସିଛି । ଏହି ମାମଲାରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏତେ ଟଙ୍କାର ଟିକସ ଫାଙ୍କିବାକୁ ନେଇ ଡିଏନ୍ ଗ୍ରୁପ୍ ପକ୍ଷରୁ ଆଜି କୌଣସି ପ୍ରତିକ୍ରିୟା କିମ୍ବା ସ୍ପଷ୍ଟୀକରଣ ଜାରି ହୋଇନାହିଁ ।

ସୂଚନା ଅନୁସାରେ, ଡିଏନ୍ ଗ୍ରୁପ୍ ନିଜର ବିଭିନ୍ନ କମ୍ପାନୀ ମାଧ୍ୟମରେ ଲୁଚାଛପାରେ ମୋଟ ୨୧୦କୋଟି ଟଙ୍କା ନଗଦ ଟଙ୍କା ସଂଗ୍ରହ କରିଛି । ସେଥିରୁ ୯୦କୋଟି ଟଙ୍କା ଟିକସ ଫାଙ୍କି ଥିବାର ଦସ୍ତାବିଜ୍ ଚଢ଼ାଉବେଳେ ଆୟକର ବିଭାଗକୁ ମିଳିଛି । ଚଢ଼ଉ ବେଳେ ଡିଏନ୍ ଗ୍ରୁପ୍ ଠାରୁ ମୋଟ ୯.୭୪କୋଟି ଟଙ୍କା ନଗଦ ଅର୍ଥ ଜବତ ହୋଇଛି । ଯାହାକି ନଗଦ ଆକାରରେ ଓଡ଼ିଶାରେ ଏପର୍ଯ୍ୟନ୍ତ ସର୍ବାଧିକ ଜବତ ଟଙ୍କା ବୋଲି କୁହାଯାଉଛି । ସେହିପରି ଆୟକର ବିଭାଗ ୪ଦିନ ଧରି ଯେଉଁ ଚଢ଼ଉ କରି ଅନେକ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ରିସିଦ୍ ଆଦି ଜବତ କରିଥିଲା । ଏସବୁର ଯାଂଚ ପରେ ୨୧୦କୋଟି ଟଙ୍କାର ନଗଦ ଟଙ୍କା ସଂଗ୍ରହ ହୋଇଥିବାର ସୂଚନା ମିଳିଛି । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରି ଉଦ୍ଦେଶ୍ୟରେ ଏହି ୨୧୦କୋଟି ଟଙ୍କା ସଂଗ୍ରହ ହୋଇଛି ।

Also Read

ସୂଚନାଯୋଗ୍ୟ, ଆୟକର ଫାଙ୍କିବା ଅଭିଯୋଗରେ ଡିଏନ୍ ଗ୍ରୁପ୍ ଉପରେ ଚଳିତମାସ ୫ତାରିଖରେ ଆୟକର ବିଭାଗ ଚଢ଼ଉ କରିଥିଲା । ରାଜ୍ୟର ପ୍ରାୟ ୨୦ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା, ଯାହାକି ୪ଦିନ ଜାରି ରହିଥିଲା । ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଡିଏନ୍ ଗ୍ରୁପ୍ ଏଭଳି କୋଟିକୋଟି ଟଙ୍କାର ବେନାମୀ ସମ୍ପତ୍ତି ସଂଗ୍ରହ କରିଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଥିବାବେଳେ ଡିଏନ୍ ଗ୍ରୁପ୍ ମୁଖ୍ୟ ଶ୍ରୀ ନାଏକ କୌଣସି ବେଆଇନ ହୋଇନି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଅବଶ୍ୟ ଏହି ଏତେ ପରିମାଣର ନଗଦ ଅର୍ଥ ଜବତ ହେବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story