Advertisment

ଖଣି ଦୁର୍ନୀତି ମାମଲା : କୋଲକତାରୁ କେନ୍ଦୁଝର ୧୫ଟି ସ୍ଥାନରେ ଚଢ଼ାଉ କଲା ଇଡି

ଓଡିଶା ଏବଂ ଓଡିଶା ବାହାରେ ଏହି ସବୁ ଚଢ଼ାଉ କରାଯାଇଛି। କୋଲକାତାରେ ରେଡ ସହ କେନ୍ଦୁଝରର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବି ଚଢ଼ାଉ ଚାଲିଛି।

author-image
Niharika Rout
ଅଦ୍ୟତନ ହୋଇଛି
ED Raid

ED Raid

ପୁଣି ଥରେ ଚର୍ଚ୍ଚାକୁ ଫେରିଛି ଉଲିବୁରୁ ଖଣି ଦୁର୍ନୀତି ମାମଲା। ଏହି ଲିଙ୍କରେ ଖଣି ଲିଜ ହୋଲଡର ଏବଂ ଅପରେଟରଙ୍କ ଘର ସମେତ ୧୫ଟି ସ୍ଥାନରେ ହୋଇଛି ବଡ ଧରଣର ଚଢାଉ। ଓଡିଶା ଏବଂ ଓଡିଶା ବାହାରେ ଏହି ସବୁ ଚଢ଼ାଉ କରାଯାଇଛି। କୋଲକାତାରେ ରେଡ ସହ କେନ୍ଦୁଝରର ବଡ଼ବିଲ, ଝାରସୁଗୁଡ଼ା, ରାଉରକେଲା, ଭୁବନେଶ୍ୱରରେ ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ବି ଚଢ଼ାଉ ଚାଲିଛି।

Advertisment

ଉଲିବୁରୁ ଖଣିରେ ୧,୮୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାପରେ ୨୦୧୩ ସେପ୍ଟେମ୍ବରରେ ଦୀପକ ଗୁପ୍ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । 

ଏହି ମାମଲାରେ ଆଜି କେନ୍ଦୁଝର ବଡ଼ବିଲରେ ଉଲିବୁରୁ ଖଣି ଅପରେଟର ଦୀପକ ଗୁପ୍ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ରେଡ୍ କରିଛି ଇଡି। ଖଣି ଦୁର୍ନୀତି ସଂପର୍କୀତ ମାମଲାରେ ଚଢ଼ାଉ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଯାଞ୍ଚ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Advertisment

ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଏହି ମାମଲାରେ ଜଙ୍ଗଲ ଏବଂ ଖଣି ଆଇନକୁ ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଥିଲା। ନିର୍ଦ୍ଧାରିତ ସୀମା ବାହାରକୁ ଯାଇ ଜଙ୍ଗଲ ଅଞ୍ଚଳରେ ଖୋଳାଯାଉଥିବ ଅଭିଯୋଗ ହୋଇଥିଲା। ଏହି ଲିଙ୍କରେ ଭିଜିଲାନ୍ସ ୨୯ ଜଣଙ୍କ ନାଁରେ ଚାର୍ଜଶିଟ ଫାଇଲ କରିଥିଲା। ଇଡି ଏହି ଲିଙ୍କରେ ମନି ଲଣ୍ଡରିଂ ମାମଲା ରୁଜୁ କରି କୋଟି କୋଟି ଟଙ୍କାର ସମ୍ପତ୍ତି ବ୍ୟାଜାପ୍ତ କରିଥିଲା।

ଏହି ଲିଙ୍କରେ କିଛି ବ୍ୟବସାୟୀଙ୍କ ଘରେ ବି ଇଡି ଆଜି ଚଢ଼ାଉ କରୁଛି। ରାଉରକେଲାରେ ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ବି ତଦନ୍ତ ଚାଲିଛି। ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସହ ବହୁ ବ୍ୟବସାୟରେ ସଂପୃକ୍ତ। ଓଡ଼ିଶା ସମେତ କୋଲକାତାରେ ବି ଏହି ଲିଙ୍କରେ ତଦନ୍ତ ହେଉଛି।

ED Raid