Advertisment

ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ଇଡି ଚଢ଼ାଉ; ୫ କୋଟି ଜବତ

ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଜବତ ହୋଇଛି ପ୍ରାୟ ୫ କୋଟି ନଗଦ ଟଙ୍କା। ଛତିଶଗଡ଼ ରାୟପୁର ଭିଲାଇ ସହରରୁ ୪ କୋଟି ୯୨ ଲକ୍ଷ ଟଙ୍କା ଜବତ କରିଛି ଇଡି।

ED Raid

ED Raid

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ବଡ଼ ଧରଣର ଚଢ଼ାଉ କରିଛି ଇଡି। ମହାଦେବ ଅନଲାଇନ ବେଟିଂ ଆପ୍ ଲିଙ୍କରେ ଜବତ ହୋଇଛି ପ୍ରାୟ ୫ କୋଟି ନଗଦ ଟଙ୍କା। ଛତିଶଗଡ଼ ରାୟପୁର ଭିଲାଇ ସହରରୁ ୪ କୋଟି ୯୨ ଲକ୍ଷ ଟଙ୍କା ଜବତ କରିଛି ଇଡି।

Advertisment

ଆସନ୍ତା ବିଧାନସଭା ନିର୍ବାଚନରେ ଏକ ଦଳର ସହାୟତା ଲାଗି ମହାଦେବ ବେଟିଂ ଆପର ଜଣେ ପ୍ରମୋଟର ଏହି ଟଙ୍କା କୋରିଅର କରିଥିଲେ । ଛତିଶଗଡ଼ ବିଧାନସଭା ନିର୍ବାଚନରେ ଏହି ଟଙ୍କାର ବ୍ୟବହାର ହୋଇଥାନ୍ତା ବୋଲି ଜଣାଯାଇଛି।

ଇଡିର ସୂଚନା ଅନୁସାରେ ରାୟପୁରରେ ଏକ ହୋଟେଲର ପାର୍କିଂ ଏରିଆରେ ଥିବା ଏକ କାର୍‌ରୁ ୩ କୋଟି ୧୨ ଲକ୍ଷ ଟଙ୍କା ମିଳିଥିଲା। ଏଥିସହ ଭିଲାଇରେ ଏକ ଘରୁ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି। ଏସବୁ ଟଙ୍କା ୟୁଏଇରୁ ପଠାଯାଇଥିବା ଜଣାପଡ଼ିଛି।

Advertisment

ମହାଦେବ ଆପ୍‌ର କିଛି ବେନାମୀ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଇଡି ହାତରେ ଲାଗିଛି। ସେସବୁ ଆକାଉଣ୍ଟରେ ୧୦ କୋଟି ଟଙ୍କା ଜମା ରହିଛି।

ନିର୍ବାଚନରେ ବ୍ୟବହାର ହେବାକୁ ଥିବା ଏହି ଟଙ୍କାର ଡିଲିଭରିରେ କିଛି ସରକାରୀ କର୍ମଚାରୀଙ୍କର ସଂପୃକ୍ତି ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କୁ ଚିହ୍ନଟ କରାଯାଇସାରିଛି। ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ED Raid Black Money Chhatisgarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe