Advertisment

ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଇଡି ରେଡ୍, ଖବରକାଗଜ ଅଫିସରେ ଚାଲିଛି ଯାଞ୍ଚ

AT ଚିଟଫଣ୍ଡ ମାମଲାରେ ଆଜି ଭୁବନେଶ୍ୱରର ୩ଟି ଜାଗା ସମେତ ଛତ୍ରପୁରର ଏକ ଜାଗାକୁ ମିଶାଇ ୫ଟି ସ୍ଥାନରେ ଚଢ଼ାଉ ହେଉଛି।

ଅଦ୍ୟତନ ହୋଇଛି
ED Raid

ED Raid

Advertisment

ପୁଣି ଥରେ ରାଜ୍ୟରେ ଆରମ୍ଭ ହୋଇଛି ଇଡି ରେଡ୍। ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଆକ୍ସନ ମୁଡକୁ ପଳାଇ ଆସିଛି ଇଡି। AT ଚିଟଫଣ୍ଡ ମାମଲାରେ ଆଜି ଭୁବନେଶ୍ୱରର ୩ଟି ଜାଗା ସମେତ ଛତ୍ରପୁରର ଏକ ଜାଗାକୁ ମିଶାଇ ୫ଟି ସ୍ଥାନରେ ଚଢ଼ାଉ ହେଉଛି। ଭୁବନେଶ୍ୱରର ଏକ ଖବରକାଗଜ ଅଫିସ୍ ସମେତ ବିଲଡର ସଂସ୍ଥା ଉପରେ ଚଢ଼ାଉ ହେଉଛି।

Advertisment

ପ୍ରାୟ ୧୦ ବର୍ଷ ଧରି ଚିଟଫଣ୍ଡ ମାମଲାରେ ଶିଥିଳତା ପଡ଼ିଥିବା ବେଳେ ଏବେ ପୁଣି ଏହି ମାମଲାକୁ ନେଇ ଆରମ୍ଭ ହୋଇ ଯାଇଛି ଚଳଚଞ୍ଚଳ। AT ଚିଟଫଣ୍ଡ ମାମଲାରେ ଇଡି ପକ୍ଷରୁ ଆଜି ରାଜ୍ୟର ୫ଟି ସ୍ଥାନରେ ରେଡ କରାଯାଉଛି।

ଭୁବନେଶ୍ୱରର ଶ୍ରୀୟା ଛକରେ ଥିବା ଏକ ଖବରକାଗଜ ସଂସ୍ଥା କାର୍ଯ୍ୟାଳୟ ଉପରେ ଚଢ଼ାଉ ଚାଲିଛି। ଉକ୍ତ ସଂସ୍ଥାର ମାଲିକ ବିକାଶ ସ୍ୱାଇଁ AT ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲ୍‌ ଯାଇଥିଲେ। ପରେ ଜାମିନରେ ମୁକୁଳିଥିଲେ।

Advertisment

ତୃଷ୍ଣା ବିଲଡର ମାଲିକଙ୍କ ଘରେ ବି ପଶିଛି ଇଡି। ପୂର୍ବରୁ ସିବିଆଇ ରେଡ ବେଳେ ତାଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସେ ଜାମିନରେ ଆସିଥିଲେ। ଭୁବନେଶ୍ୱରର ୩ଟି ସ୍ଥାନରେ ସମେତ ଛତ୍ରପୁରରେ ବି ରେଡ କରାଯାଇଛି।

ସୂଚନାଯୋଗ୍ୟ, ପ୍ରାୟ ୧୦ ବର୍ଷ ପୂର୍ବେ ୫୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଥିଲା AT ଚିଟଫଣ୍ଡ। ସେତେବେଳେ ଏହାର ମାଲିକ ପ୍ରଦୀପ ସେଠୀ ଗିରଫ ହୋଇ ଝାରପଡ଼ା ଓ ବ୍ରହ୍ମପୁର ଜେଲ୍‌ରେ ରହି ଜାମିନ ପାଇଥିଲେ। ଏଥିରେ ବହୁ ପ୍ରଭାବଶାଳୀ ଲୋକ ବି ସାମିଲ ଥିଲେ।

Bhubaneswar ED Raid Chit Fund Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe