Niranjan Patnaik
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରେଡ୍ କରିଛି। ପ୍ରାୟ ୧୦ ଘଣ୍ଟା ଧରି ନିରଞ୍ଜନଙ୍କ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀ ବାସଭବନରେ ଖାନତଲାସି କରିଥିଲା ଇଡି ଟିମ୍।
୧୦ ଘଣ୍ଟାର ରେଡ୍ ପରେ ନିରଞ୍ଜନଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ନେଇଥିବା ସୂଚନା ମିଳିଛି। ବେଆଇନ୍ ଅର୍ଥ କାରାବାର ନେଇ ଇଡି ପକ୍ଷରୁ ଏହି ଚଢାଉ କରାଯାଇଥିବା କୁହାଯାଉଛି।
ନିରଞ୍ଜନଙ୍କ ନୟାପଲ୍ଲୀ ଘର ସହିତ ଭୁବନେଶ୍ୱରର ଆଉ ଏକ ସ୍ଥାନ ଓ ଦିଲ୍ଲୀ ଘରେ ଆଜି ଏକକାଳୀନ ରେଡ୍ କରିଥିଲା ଇଡି। ତେବେ ଚଢ଼ାଉ କ’ଣ ପାଇଁ ହୋଇଥିଲା, ସେନେଇ ଇଡି ପକ୍ଷରୁ କି ନିରଞ୍ଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ନିରଞ୍ଜନଙ୍କ ଭାଇଙ୍କ ଘରେ ବି ଇଡି ରେଡ୍ ହୋଇଛି। ରାଉରକେଲାରେ ତାଙ୍କ ଭାଇ ଡି.ଆର୍ ପଟ୍ଟନାୟକଙ୍କ ଘରେ ରେଡ୍ ହୋଇଛି। ସେଠାରେ ପ୍ରାୟ ୨ ଘଣ୍ଟା ଧରି ଇଡି ଅଧିକାରୀମାନେ ରେଡ୍ କରିଥିଲେ। ତେବେ କାହିଁକି ଏହି ରେଡ୍ ହୋଇଥିଲା, ସେ ନେଇ କିଛି ସୂଚନା ମିଳିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1734706529.jpg)