Advertisment

ପୁଣି ଇଡି ସ୍କାନରରେ ଆପ୍‌, ବିଧାୟକଙ୍କ ଘରେ ହେଲା ଚଢ଼ାଉ

ପୁଣି ଥରେ ଇଡି ରାଡାରକୁ ଚାଲି ଆସିଛି ଆପ୍‌। ଆପ୍‌ର ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ପୁଣି ଜଣେ ବିଧାୟକଙ୍କ ଉପରେ ଝୁଲୁଛି ଇଡି ଖଣ୍ଡା। ଏହି ବିଧାୟକଜଣକ ହେଉଛନ୍ତି ଆପ୍‌ ବିଧାୟକ ଅମନତୁଲ୍ଲା ଖାନ ।

Amanatullah Khan

Amanatullah Khan

Advertisment

ପୁଣି ଥରେ ଇଡି ରାଡାରକୁ ଚାଲି ଆସିଛି ଆପ୍‌। ଆପ୍‌ର ସଞ୍ଜୟ ସିଂଙ୍କୁ ଗିରଫ କରିବା ପରେ ପୁଣି ଜଣେ ବିଧାୟକଙ୍କ ଉପରେ ଝୁଲୁଛି ଇଡି ଖଣ୍ଡା। ଏହି ବିଧାୟକଜଣକ ହେଉଛନ୍ତି ଆପ୍‌ ବିଧାୟକ ଅମନତୁଲ୍ଲା ଖାନ । ଇଡି ପକ୍ଷରୁ ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି।

Advertisment

ଦିଲ୍ଲୀ ୱକଫ୍‌ ବୋର୍ଡ ଅଧ୍ୟକ୍ଷ ଥିବା ବେଳେ ଅମନତୁଲ୍ଲା ବହୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ନାମରେ ପୂର୍ବରୁ ମାମଲା ରୁଜୁ ହୋଇଥିବା ବେଳେ ଇଡି ଏବେ ମନି ଲଣ୍ଡରିଂ ଯାଞ୍ଚ ଆରମ୍ଭ କରିଛି।

ଅମନତୁଲ୍ଲାଙ୍କ ନାମରେ ଅଭିଯୋଗ ହୋଇଛି ଯେ, ସେ ଦିଲ୍ଲୀ ୱକଫ୍‌ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିବା ବେଳେ ୩୨ ଜଣଙ୍କୁ ବେନିୟମ ଭାବେ ଭର୍ତ୍ତି କରିଥିଲେ। ଦିଲ୍ଲୀ ୱକଫ୍‌ ବୋର୍ଡର ତତ୍‌କାଳୀନ ସିଇଓ ଏନେଇ ବିବୃତି ଜାରି କରିଥିଲେ। ଏହାବାଦ ସେ ଦିଲ୍ଲୀ ୱକଫ୍‌ ବୋର୍ଡର ବହୁ ସମ୍ପତି ବେଆଇନ ଭାବେ ଭଡ଼ା ସୂତ୍ରରେ ଦେଇ ନିଜେ ଲାଭବାନ ହେଉଥିବା ଅଭିଯୋଗ ହେଉଛି।  ସେ ବୋର୍ଡର ଟଙ୍କାର ଦୁରପଯୋଗ କରିଥିବା ଅଭିଯୋଗ ହୋଇଛି।

Advertisment

ଏହି ଅଭିଯୋଗର ତଦନ୍ତ କରିବାକୁ ଯାଇ ଆଣ୍ଟି କରପସନ୍‌ ବ୍ୟୁରୋ ଗତବର୍ଷ ସେପ୍ଟେମ୍ବରରେ ଅମନତୁଲ୍ଲାଙ୍କୁ ପଚରାଉଚରା କରିଥିଲା। ଏଥିସହ ବିଭନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୨୪ ଲକ୍ଷ କ୍ୟାସ୍‌ ଜବତ କରିଥିଲା। ଏହାବାଦ ବେଆଇନ ଭାବେ ବ୍ୟବହୃତ ହେଉଥିବା ବହୁ ବନ୍ଧୁକ, ଗୁଳି ବି ଜବତ ହୋଇଥିଲା। ଏବେ ପୁଣି ଥରେ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। 

ଏହା ପୂର୍ବରୁ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଗତ ବୁଧବାର ସଞ୍ଜୟ ସିଂହଙ୍କୁ ଗିରଫ କରିଥିଲା। ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିରୁ ଜଣେ ବ୍ୟବସାୟୀ ୩ କୋଟି ଟଙ୍କା ସଞ୍ଜୟ ସିଂହଙ୍କୁ ଦେଇଥିବା କହିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। 

ED Raid AAP AAP Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe