Advertisment

ବେଙ୍ଗଲରେ ଇଡି ରେଡ୍; ପଞ୍ଝାରେ ଆରଜି କର ପୂର୍ବତନ ପ୍ରିନ୍ସିପାଲଙ୍କ ସମ୍ପର୍କୀୟ

ଆଜି ପଶ୍ଚିମବଙ୍ଗର ତିନୋଟି ସ୍ଥାନରେ ଚଢାଉ କରାଯାଇଛି।

ଅଦ୍ୟତନ ହୋଇଛି
Sandip Ghosh

Sandip Ghosh

Advertisment

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଆର୍ଥିକ ଦୁର୍ନୀତି ସହ ଜଡ଼ିତ ମାମଲାର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ପଶ୍ଚିମବଙ୍ଗର ତିନୋଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉ ମଧ୍ୟରେ ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡ. ସନ୍ଦୀପ ଘୋଷଙ୍କ ଜଣେ ସମ୍ପର୍କୀୟଙ୍କ ସମ୍ପତ୍ତି ଥିବା କୁହାଯାଉଛି।

Advertisment

ଗତ ମାସ ଆରଜି କରରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିଛି। ସିବିଆଇ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଚଳାଇ ଥିବାବେଳେ ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଆର୍ଥିକ ଘୋଟାଲାର ଅଭିଯୋଗ ଆସିଥିଲା।

ସେ ସିବିଆଇ ହେପାଜତରେ ଥିବାବେଳେ ଆଜି ଇଡି ବେଙ୍ଗଲର ହାୱଡ଼ା, ସୋନାରପୁର ଏବଂ ହୁଗଳିର ବିଭିନ୍ନ ସ୍ଥାନରେ ଚଢାଉ କରିଛି। ହୁଗଳିରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢାଉ କରୁଥିବା ସ୍ଥାନ ମଧ୍ୟରୁ ଗୋଟିଏରେ ସନ୍ଦୀପ ଘୋଷଙ୍କ ସମ୍ପର୍କୀୟଙ୍କ ନାଁରେ ଥିବା ଜଣାପଡିଛି। 

Advertisment

ଡ. ଘୋଷ ଫେବୃଆରୀ 2021ରୁ ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଆର.ଜି କର ମେଡିକାଲ କଲେଜର ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ତାଙ୍କୁ ଅକ୍ଟୋବର 2023 ରେ ଟ୍ରାନ୍ସଫର କରାଯାଇଥିଲା। କିନ୍ତୁ ଗୋଟିଏ ମାସ ମଧ୍ୟରେ ଟ୍ରାନ୍ସଫର ବାତିଲ ହୋଇଥିଲା ଏବଂ ସେ ସେହି ହସ୍ପିଟାଲରେ ହିଁ କାର୍ଯ୍ୟ ଜାରି ରଖିଥିଲେ।

ଅଗଷ୍ଟ 9ରେ 31 ବର୍ଷୀୟ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ। ଆର୍ଥିକ ଘୋଟଲା, ଅସାଧୁ ଆଚରଣ, ଠକେଇ ଅଭିଯୋଗରେ ସେପ୍ଟେମ୍ବର 2ରେ ସିବିଆଇ ତାଙ୍କୁ ଗିରଫ କରିଛି।

Raid Ed Enforcement Directorate Bengal Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe