Advertisment

ଆପ୍‌ ନେତା ସଞ୍ଜୟ ସିଂଙ୍କ ଘରେ ପଶିଲା ଇଡି, ଚାଲିଛି ପଚରାଉଚରା

ଆଜି ସକାଳୁ ସକାଳୁ ଇଡି ଟିମ୍‌ର ବହୁ ଅଧିକାରୀ ସଞ୍ଜୟ ଘରେ ପଶିଛନ୍ତି। କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି ।

AAP Leader  Sanjay Singh

AAP Leader Sanjay Singh

Advertisment

ଆପ୍‌ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କ ଘରେ ସକାଳୁ ସକାଳୁ ପଶିଛି ଇଡି। ମଦ ଦୁର୍ନୀତି ମାମଲାରେ ଇଡି ସଞ୍ଜୟ ସିଂଙ୍କ ଘରେ ପଶିଥିବା ଅନୁମାନ କରାଯାଉଛି।

Advertisment

ଆଜି ସକାଳୁ ସକାଳୁ ଇଡି ଟିମ୍‌ର ବହୁ ଅଧିକାରୀ ସଞ୍ଜୟ ଘରେ ପଶିଛନ୍ତି। କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି । ସଞ୍ଜୟଙ୍କ ଘରେ ପୂର୍ବରୁ ଥରେ ଇଡି ପଶିଥିବା ବେଳେ ଏହା ଦ୍ୱିତୀୟ ଘଟଣା।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ସଞ୍ଜୟ ସିଂଙ୍କ ନାମ ଉଲ୍ଲେଖ ଥିଲା। ପୂର୍ବ ଥର ଇଡି ଟିମ୍‌ ସଞ୍ଜୟ ସିଂଙ୍କ ଘରେ ପଶିଥିବା ବେଳେ ସାଂସଦ ଇଡି ନାମରେ ମାନହାନୀ ମକଦ୍ଦମା ରୁଜୁ କରିଥିଲେ। ଏହାପରେ ଚାର୍ଜସିଟ୍‌ରେ ଭୁଲବଶଃତ ସଞ୍ଜୟ ସିଂଙ୍କ ନାମ ରାହୁଲ ସିଂଙ୍କ ସ୍ଥାନରେ ଲେଖା ଯାଇଥିବା ଇଡି ତରଫରୁ ସଫେଇ ଦିଆଯାଇଥିଲା। ଏଥିସହ ଉକ୍ତ ମାମଲା ସମାପ୍ତ ହେଲା ବୋଲି ବି କହିଥିଲା।

Advertisment

କିନ୍ତୁ ଗତ ଜୁନ ମାସରେ ଇଡଇ ତରଫରୁ ସଞ୍ଜୟ ସିଂଙ୍କ ଦୁଇ ଘନିଷ୍ଠ ବନ୍ଧୁ ଅଜିତ ତ୍ୟାଗୀ ଓ ସର୍ବେଶ ମିଶ୍ରାଙ୍କ ଘରେ ରେଡ କରାଯାଇଥିଲା। ଏବେ ପୁଣି ଥରେ ଇଡି ସଞ୍ଜୟ ସିଂଙ୍କ ଘରେ ପଶିଛି।

ମଦ ଦୁର୍ନୀତି ମାମଲା ଆପ୍‌ ସରକାରର ଚିନ୍ତା ବଢ଼ାଉଛି। ଏହି ମାମଲାରେ ଆପ୍‌ର ପୁରୁଖା ନେତା ମନିଷ ସିସୋଦିଆ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏଥିସହ ଦଳର ବହୁ ଆଗଧାଡ଼ିର ନେତା ଇଡି ସ୍କାନରରେ ଅଛନ୍ତି।

ED Raid Delhi AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe