Advertisment

ରାଉରକେଲାରେ ବ୍ୟବସାୟୀଙ୍କ ଘରେ ପଶିଲା ଇଡି, ୧୦ଟି ଜାଗାରେ ରେଡ୍‌

ଇଡି ଟାର୍ଗେଟରେ ରାଉରକେଲାର ପ୍ରମୁଖ ବ୍ୟବସାୟୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲା। ଆଜି ସକାଳେ ଅଜୟ କଦମୱାଲାଙ୍କ ଘର ସମେତ ୧୦ଟି ଜାଗାରେ ରେଡ କରିଛି ଇଡି ଟିମ୍‌।

ED Raid

ED Raid

Advertisment

ଇଡି ଟାର୍ଗେଟରେ ରାଉରକେଲାର ପ୍ରମୁଖ ବ୍ୟବସାୟୀ ତଥା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅଜୟ କଦମୱାଲା। ଆଜି ସକାଳେ ଅଜୟ କଦମୱାଲାଙ୍କ ଘର ସମେତ ୧୦ଟି ଜାଗାରେ ରେଡ କରିଛି ଇଡି ଟିମ୍‌। ଅଜୟ କଦମୱାଲାଙ୍କ ଘର, ଅଫିସ୍, ଗୋଦାମରେ ଚାଲିଛି ଚଢ଼ାଉ । ରେଡ୍ ବେଳେ ସୁରକ୍ଷା ପାଇଁ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏହି ରେଡ୍ କାହିଁକି ଚାଲିଛି ସେସମ୍ପର୍କରେ କୌଣସି ସୂଚନା ମିଳିପାରିନି।

Advertisment

ଅଜୟ କଦମୱାଲା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ବହୁ ବ୍ୟବସାୟରେ ବି ସେ ସଂପୃକ୍ତ। ରାଉରକେଲାର ପାଖାପାଖି ୧୦ଟି ସ୍ଥାନ, କାର୍ଯ୍ୟାଳୟ, ଛେଣ୍ଡସ୍ଥିତ ଘର, ବଡ଼ବିଲ ଓ ଭୁବନେଶ୍ୱରରେ ଥିବା ଅଫିସରେ ଏହି ରେଡ କରାଯାଉଛି।

ସକାଳ ୮ଟାରୁ ଏହି ରେଡ ଆରମ୍ଭ ହୋଇଛି। ଭୁବନେଶ୍ୱର ଓ ରାଞ୍ଚିରୁ ବହୁ ଟିମ୍‌ ଆସି ପହଞ୍ଚିଥିବା ବେଳେ ୨୦ରୁ ଅଧିକ ଅଫିସର ଅଛନ୍ତି। ଘଟଣାସ୍ଥଳରେ ସିଆରପିଏଫ ମୁତୟନ ହୋଇଛନ୍ତି। ତେବେ କ’ଣ ପାଇଁ ଏହି ରେଡ କରାଯାଉଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନି।

Advertisment
ED Raid Rourkela
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe