Advertisment

OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ୨ ଶିକ୍ଷକଙ୍କ ସମେତ ୮ ଗିରଫ

ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ବାଲେଶ୍ୱର ପୁଲିସ୍ ୨୫ ଜଣଙ୍କୁ ଗିରଫ କରିସାରିଲାଣି।

Accused

Accused

Advertisment

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ଦ୍ୱାରା ପରିଚାଳିତ ଜେଇ (ମେନ୍) ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ଆଉ ୮ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୁଲିସ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ୮ ଜଣଙ୍କ ମଧ୍ୟରେ ୨ ଜଣ ଶିକ୍ଷକ ଅଛନ୍ତି। ସେମାନେ ହେଉଛନ୍ତି ଅଜୟ କୁମାର ବିଶ୍ୱାଳ (୪୩) ଓ ବିଜୟ କୁମାର ମଲ୍ଲିକ (୨୫)। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ୍ ପଦମପୁର ସ୍ଥିତ ଜେ.କେ ସରକାରୀ ନୋଡାଲ ହାଇସ୍କୁଲରେ ଶିକ୍ଷକ ଥିବା ଅଜୟ କୁମାର ବିଶ୍ୱାଳଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

Advertisment

ଅଜୟ କୁମାର ବିଶ୍ୱାଳ ଓ ବିଜୟ କୁମାର ମଲ୍ଲିକଙ୍କ ବ୍ୟତୀତ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି ଶାନ୍ତନୁ ମିଶ୍ର (୨୯), ସନ୍ଦୀପ କୁମାର ମହାନ୍ତି (୨୭), ପ୍ରଦୀପ ଶତପଥୀ, ନିରଞ୍ଜନ ବେହେରା (୫୫), ରାଜୀବ ଲୋଚନ ସାହୁ (୩୩) ଓ ସପନ କୁମାର ରାଉତ (୩୩)। ଏମାନେ ଏହି ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବା ପାଇଁ ପ୍ରାର୍ଥୀମାନଙ୍କ ସହ ଯୋଗାଯୋଗ କରିଥିଲେ।

ବାଲେଶ୍ୱର ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ମୁଖ୍ୟତଃ ଦୁଇଟି ଉପାୟରେ ପରୀକ୍ଷାର୍ଥୀମାନଙ୍କ ସହିତ ଯୋଗାଯୋଗ କରାଯାଉଥିଲା। ‘ମ୍ୟାନ୍‌ପାୱାର କନ୍‌ସଲଟାନ୍‌ସି ସର୍ଭିସେସ’ ଓ ହ୍ଟାଟ୍‌ସ ଆପ୍ ଏବଂ ଟେଲିଗ୍ରାମ ଭଳି ସୋଶାଲ ମିଡିଆରେ ଥିବା ବିଭିନ୍ନ ପ୍ରକାରର ‘ଅନ୍‌ଲାଇନ୍‌ ଷ୍ଟଡି ଗ୍ରୁପ୍ସ’ ମାଧ୍ୟମରେ ପରୀକ୍ଷାର୍ଥୀଙ୍କ ସହିତ ଯୋଗାଯୋଗ କରାଯାଉଥିଲା। ଏହି ରାକେଟ ସହିତ ସଂପୃକ୍ତ ଆହୁରି କିଛି ଲୋକ (ଉଭୟ ରାଜ୍ୟ ଓ ରାଜ୍ୟ ବାହାରର)ଙ୍କୁ ଚିହ୍ନଟ କରାଯାଇଛି। ତଦନ୍ତ ଆଗେଇବା ସହିତ ଏହି ମାମଲାରେ ଆହୁରି କିଛି ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। 

Advertisment
Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe