Advertisment

ବଡ଼ ଭାଇ ପାଲଟିଲା ନର ରାକ୍ଷାସ; ସାନ ଭାଇକୁ ଗଛରେ ବାନ୍ଧି ନିର୍ଧୂମ ପିଟିଲା

ସାମନ୍ୟ କଥା ଯୋଗୁ ଜଣେ ବଡ଼ ଭାଇ କିଛି ଲୋକ ଲଗାଇ ନିଜ ସାନ ଭାଇକୁ ପୋଖରୀରେ ବୁଡ଼ାଇ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି।

Torture

Torture

Advertisment

ସୀମା ଟପିଲା ବର୍ବରତା। ଅମାନବୀୟ ସାଙ୍ଗକୁ ଅମାନୁଷିକ। ଯିଏ ଦେଖିବ ଲୋମ ଟାଙ୍କୁରି ଯିବ । ଏପରି ତାଲିବାନୀ ଶାସନ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଞ୍ଚଳରେ। ସାମନ୍ୟ କଥା ଯୋଗୁ ଜଣେ ବଡ଼ ଭାଇ କିଛି ଲୋକ ଲଗାଇ ନିଜ ସାନ ଭାଇକୁ ପୋଖରୀରେ ବୁଡ଼ାଇ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି। ଯୁବକଜଣକ ଏବେ ମରଣ ସହ ସଂଘର୍ଷ କରୁଥିବା ବେଳେ ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ନୟାଗଡ଼ ଜିଲ୍ଲା ଫତେଗଡ ଥାନା ବଡ଼ସହରା ଗାଁରେ ଏହି ଘଟଣା ଘଟିଛି। ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି। ଆକ୍ରମଣର ଶିକାର ଯୁବକଙ୍କ ନାଁ ଅରୁଣ ମୂଳି। ସେ ଜଣେ ଗାଡ଼ି ଚାଳକ ଓ ଭୁବନେଶ୍ୱରରେ ରୁହନ୍ତି ।

ଅରୁଣଙ୍କ ପତ୍ନୀ ବର୍ଷାଙ୍କ ଅଭିଯୋଗ ଅନୁଯାୟୀ, ଦେଢ଼ଶୁରଙ୍କ ପରିବାର ସହ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଥିଲା। ଏହାର ସମାଧାନ ବି ହୋଇ ଯାଇଥିଲା।

Advertisment

ପ୍ରାୟ ୩ ମାସ ପରେ ମୋ’ ସ୍ୱାମୀ ଭୁବନେଶ୍ୱରରୁ ଘରକୁ ଫେରିଥିବା ବେଳେ କୌଣସି କାରଣରୁ ଆମ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମାତ୍ର ଏହା ଶୁଣି ଅରୁଣ ସେମାନଙ୍କୁ ଗାଳିଗୁଲଜ କରୁଥିବା ଦେଢଶୁରଙ୍କ ପରିବାର ଭାବିଥିଲେ।

ଏହାପରେ ଦେଢଶୁର କିଛି ଲୋକ ଲଗାଇ ମୋ’ ସ୍ୱାମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଲଗାଇ ତାଙ୍କୁ ପୋଖରୀରେ ବୁଡ଼ାଇଥିଲେ। ଏହାପରେ ଏକ ଗଛରେ ବାନ୍ଧି ନିର୍ଧୂମ ପିଟିଥିଲେ।

ବହୁ କଷ୍ଟରେ ସେମାନଙ୍କ କବଳରୁ ମୁକୁଳାଇ ପ୍ରଥମେ ମୁଁ ଭାପୁର ମେଡିକାଲ ନେଇଥିଲି। ଏହାପରେ ସେଠାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରୁଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ହାତ, ଗୋଡ଼ କିଛି କାମ କରୁନି ବୋଲି କୋହଭରା କଣ୍ଠରେ କହିଛନ୍ତି ବର୍ଷା। 

ଏନେଇ ପ୍ରଥମେ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ପୁଲିସ୍‌ କିଛି ଶୁଣିଲାନି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ତେଣୁ ମୋ’ ସ୍ୱାମୀଙ୍କର ଏପରି ଅବସ୍ଥା କରିଥିବା ଅଭିଯୁକ୍ତ ଏବେବି ଖୋଲାରେ ବୁଲୁଥିବା ସେ କହିଛନ୍ତି। ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନି।

Nayagarh Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe