Advertisment

ତୁଚ୍ଛ ହେଲା ରକ୍ତ ସମ୍ପର୍କ, ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

କେଉଁ କାରଣ ପାଇଁ ପ୍ରଶାନ୍ତ ଅଭୟଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Murder

Murder

Advertisment

ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି କଟୁରୀରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ସୋଗରପଷୀ ଦେହୁରୀ ସାହିରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅଭୟ ଦେହୁରୀ। ପୁଲିସ ପ୍ରଶାନ୍ତ ଦେହୁରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

Advertisment

ଗତକାଲି ସନ୍ଧ୍ୟା ସମୟରେ ଅଭୟ କୋଠ ଘରୁ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ଅଭୟଙ୍କୁ କଟୁରୀରେ ଆକ୍ରମଣ କରିଥିଲେ ପ୍ରଶାନ୍ତ। ସ୍ଥାନୀୟ ଲୋକେ ଅଭୟଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ପ୍ରଶାନ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି।

Advertisment

କେଉଁ କାରଣ ପାଇଁ ପ୍ରଶାନ୍ତ ଅଭୟଙ୍କୁ ହତ୍ୟା କଲେ ତାର କାରଣ ଜଣାପଡ଼ିନାହିଁ। ଅଭୟଙ୍କ ସହ ପ୍ରଶାନ୍ତଙ୍କର କୌଣସି ପୂର୍ବ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Murder Dhenkanal Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe