/odisha-reporter/media/post_attachments/uploadimage/library/16_9/16_9_0/murder_1703483798.jpg)
murder
ତୁଚ୍ଛ ହେଲା ରକ୍ତ ସମ୍ପର୍କ। ସାନ ଭାଇକୁ ଜଣେ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ଥାନା ଅନ୍ତର୍ଗତ ବାହାଦୁର ବଗିଚାପଡ଼ା ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗଣେଶ ବାଗ। ସାନ ଭାଇକୁ ହତ୍ୟା କରିବା ପରେ ବଡ଼ ଭାଇ ମହେନ୍ଦ୍ର ବାଗ ଥାନାରେ ଆତ୍ମସର୍ମପଣ କରିଛି।
Advertisment
ଗତକାଲି ରାତିରେ ଗଣେଶ ଓ ମହେନ୍ଦ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ମହେନ୍ଦ୍ର ଉତ୍ତ୍ୟକ୍ତ ହୋଇ ଘରୁ ଏକ ପେଚକଚ୍ ଆଣି ସାନ ଭାଇ ପେଟରେ ଭୁସି ଦେଇଥିଲା। ପରିବାର ଲୋକେ ଗଣେଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସେଠାରେ ଚିକତ୍ସାଧୀନ ଅବସ୍ଥାରେ ଗଣେଶଙ୍କ ମୃତ୍ୟୁ ଘଟିଥିଲା। ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
