Advertisment

ଜମିବାଡ଼ି ବିବାଦରୁ ରକ୍ତପାତ; ମଝିଆ ଭାଇର କାତି ଚୋଟରେ ଗଲା ସାନର ଜୀବନ

ଗତ ରାତିରେ କାଳୁ ନାହାକ ଘରେ ଥିବା ସମୟରେ ତାଙ୍କ ମଝିଆ ଭାଇ ପୁନିଆ ନାହାକ, ତାଙ୍କ ପୁଅ ଓ କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନେ କାଳୁଙ୍କ ଘର ଉପରକୁ ଟେକା ମାଡ଼ କରିଥିଲେ।

Spot

Spot

Advertisment

ଜମି ବାଡ଼ି ବିବାଦରୁ ହେଲା ରକ୍ତପାତ । ଭାଇ ସାଜିଲା ଭାଇର ହତ୍ୟାକାରୀ। ପାରିବାରିକ କଳହର ଏପରି କରୁଣ ପରିଣତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ଦେଖିବାକୁ ମିଳିଛି। ମଝିଆ ଭାଇର କାତି ଚୋଟରେ ଆଖି ବୁଜିଲା ସାନ ଭାଇ । ମୃତକ ହେଲେ କାଳୁ ନାହାକ ।

Advertisment

ଗତ ରାତିରେ କାଳୁ ନାହାକ ଘରେ ଥିବା ସମୟରେ ତାଙ୍କ ମଝିଆ ଭାଇ ପୁନିଆ ନାହାକ, ତାଙ୍କ ପୁଅ ଓ କିଛି ସମର୍ଥକଙ୍କ ସହ ସେଠାରେ ପହଞ୍ଚିଥିଲେ। ସେମାନେ କାଳୁଙ୍କ ଘର ଉପରକୁ ଟେକା ମାଡ଼ କରିଥିଲେ। ଏଥିରେ ଭୟଭୀତ ହୋଇ କାଳୁ ରାସ୍ତା ଉପରକୁ ଆସିବାରୁ ସେମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ କାତିରେ ହାଣିଥିଲେ।

ଆକ୍ରମଣର ଶିକାର ହେଉଥିବା କାଳୁଙ୍କୁ ରକ୍ଷା କରିବାକୁ ତାଙ୍କ ପତ୍ନୀ ରାସ୍ତା ଉପରକୁ ଯାଇଥିବା ବେଳେ ସେ ବି ଆକ୍ରମଣକାରୀଙ୍କ କବଳରୁ ସ୍ୱାମୀଙ୍କୁ ରକ୍ଷା କରି ପାରି ନ ଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ଗୁରୁତର ହୋଇ ପଡ଼ିଥିବା କାଳୁଙ୍କର ରାସ୍ତା ଉପରେ ହିଁ ଛଟପଟ ହୋଇ ଜୀବନ ଚାଲିଗଲା।

Advertisment

ଖବର ପାଇ କବିସୂର୍ଯ୍ୟନଗର ପୁଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏଥିସହ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁନିଆ ନାହାକକୁ ପୁଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି l

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ୨ ଭାଇଙ୍କ ମଧ୍ୟରେ ୧୦ ବର୍ଷ ହେଲା ଗଣ୍ଡଗୋଳ ହୋଇ ଆସୁଛି। ଏପରିକି ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କୋର୍ଟରେ ବି ଶୁଣାଣି ଚାଲିଛି। ପୂର୍ବରୁ ପୁନିଆ କାଳୁଙ୍କୁ ୨ଥର ହାଣିଥିବା ବେଳେ ଏଥର ତାଙ୍କ ହତ୍ୟା କରିବାକୁ ପଛାଇ ନାହାନ୍ତି।

ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜୁଛି।

Ganjam Murder Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe