Advertisment

ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ସକାଳ ୭ଟା ପର୍ଯ୍ୟନ୍ତ ଘର କବାଟ ବନ୍ଦ ରହିଥିବାରୁ ସନ୍ଦେହ କରିଥିଲେ ପଡ଼ୋଶୀ।

author-image
Jitendra Garnayak
Crowd

Crowd

କଟକ ଜିଲ୍ଲା ବଡ଼ମ୍ବା ମାଣିଆବନ୍ଧରେ ଏକ ଘରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଉଛନ୍ତି ନିତ୍ୟାନନ୍ଦ ମହାପାତ୍ର (୬୧) ଓ ତାଙ୍କ ପତ୍ନୀ ଶାନ୍ତିଲତା ମହାପାତ୍ର (୫୪)। ପାରିବାରିକ କଳହରୁ ସେମାନେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ନିତ୍ୟାନନ୍ଦଙ୍କ ଜଣେ ସଂପର୍କୀୟ ପ୍ରାଣକୃଷ୍ଣ ଦଳେଇ କହିଛନ୍ତି, ସେମାନଙ୍କ ବଡ଼ ପୁଅ ଓ ବୋହୂ ବାହାରେ ରହନ୍ତି। ସାନ ପୁଅ ଗତକାଲି ନଥିଲେ। ସେ କୌଣସି ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ଘରେ ଆଉ କେହି ନଥିଲେ। ସେମାନଙ୍କ ପରିବାରରେ କୌଣସି କଥାକୁ ନେଇ କଳହ ରହିଥିଲା। ତେବେ ସେ ନେଇ ସେମାନଙ୍କୁ ବୁଝାସୁଝା କରାଯାଇଥିଲା। ଆଜି ସକାଳ ପ୍ରାୟ ୭ଟା ପର୍ଯ୍ୟନ୍ତ ସେମାନଙ୍କ ଘରର କବାଟ ବନ୍ଦ ରହିଥିଲା। ଏହା ଦେଖି ପାଖ ପଡ଼ୋଶୀମାନେ ସନ୍ଦେହ କରିଥିଲେ। କବାଟ ବାଡ଼େଇବା ସତ୍ତ୍ୱେ କେହି ଖୋଲି ନଥିଲେ। ପରେ ଲୋକେ ଘର ପଛପାଖ କବାଟ ଖୋଲାଥିବା ଦେଖିବାକୁ ପାଇଥିଲେ। ଭିତରକୁ ଯାଇ ଦେଖିବାରୁ ସେମାନେ ମରି ପଡ଼ିଥିଲେ। ଏହା ପରେ ପୁଲିସକୁ ଖବର ଦିଆଯାଇଥିଲା।

ମାଣିଆବନ୍ଧ ଥାନା ଅଧିକାରୀ କାଦମ୍ବିନୀ ପରିଡ଼ା କହିଛନ୍ତି, ଏହି ଘଟଣା ନେଇ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ତା’ ସହିତ ଏବେ ତଦନ୍ତ ଜାରି ରହିଛି।

Advertisment