Advertisment

ଦମ୍ପତିଙ୍କୁ ନିଶା ଦେଇ ଚୁଙ୍ଗୁଡ଼ି ସହ ଟଙ୍କା ନେଇଗଲେ

ଘଟଣା ଘଟିଛି କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ। ଏଠାରେ ପବିତ୍ର ବେହେରା ଓ ତାଙ୍କ ପତ୍ନୀ ସୁଷମା ବେହେରା ଚିଙ୍ଗୁଡ଼ି ବ୍ୟବସାୟ କରନ୍ତି।

author-image
Hemant Lenka
LOOT

LOOT

ରାସ୍ତା କଡ଼ରେ ଚୁଙ୍ଗୁଡ଼ି ବିକ୍ରି କରୁଥିବା ବୃଦ୍ଧ ଦମ୍ପତିଙ୍କୁ ଲୁଟ କରିଛନ୍ତି କିଛି ଦୁର୍ବୃତ୍ତ। ସ୍ୱାମୀ-ସ୍ତ୍ରୀଙ୍କ ମୁହଁରେ କିଛି ନିଶା ଜିନିଷ ସ୍ପ୍ରେ କରି ଲୁଟ କରାଯାଇଛି। ଘଟଣା ଘଟିଛି କଟକର ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ। ଏଠାରେ ପବିତ୍ର ବେହେରା ଓ ତାଙ୍କ ପତ୍ନୀ ସୁଷମା ବେହେରା ଚିଙ୍ଗୁଡ଼ି ବ୍ୟବସାୟ କରନ୍ତି।

Advertisment

ଆଜି ରବିବାର ଥିବାରୁ ସେମାନେ ରାସ୍ତା କଡ଼ରେ ନିଜର ବ୍ୟବସାୟ କରୁଥିଲେ। ତେବେ ସାମାନ୍ୟ ଭିଡ଼ କମିବା ପରେ ଦୁଇ ଜଣ ବାଇକ ଆରୋହୀ ଚିଙ୍ଗୁଡ଼ି କିଣିବାକୁ ବେହେରା ଦମ୍ପତିଙ୍କ ଦୋକାନରେ ପହଞ୍ଚିଥିଲେ। ସେମାନେ ଚୁଙ୍ଗୁଡ଼ିର ଦାମ ମଧ୍ୟ ପଚାରିଥିଲେ।

ତେବେ ହଠାତ ଦୁଇ ଯୁବକ କିଛି ନିଶା ମିଶା ସ୍ପ୍ରେକୁ ଦମ୍ପତିଙ୍କ ମୁହଁରେ ପକାଇ ଦେଇଥିଲେ। ଫଳରେ ସେମାନେ ଅଚେତ ହୋଇଯାଇଥିଲେ। ଏହାର ସୁଯୋଗ ନେଇ ଦୁଇ ଯୁବକ ଦମ୍ପତିଙ୍କର ସମସ୍ତ ଟଙ୍କା, ଦୁଇଟି ମୋବାଇଲ୍‌ ଓ ଚିଙ୍ଗୁଡ଼ି ଲୁଟ କରି ନେଇଥିବା ଅଭିଯୋଗ ହୋଇଛି।

Advertisment

ସ୍ଥାନୀୟ ଲୋକେ ଖବର ଦେବା ପରେ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଚେତ ଅବସ୍ଥାରେ ଥିବା ଦମ୍ପତିଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଛି। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି।

ବେହେରା ଦମ୍ପତିଙ୍କ ଭଣଜା ସର୍ବେଶ୍ୱର କହିଛନ୍ତି, ଆଜି ୪୦ରୁ ୫୦ କେଜି ଚୁଙ୍ଗୁଡ଼ି ଧରି ମାମୁ ଓ ମାଇଁ ତ୍ରିଶୁଳିଆ ଛକରେ ବ୍ୟବସାୟ କରିବାକୁ ଯାଇଥିଲେ। ତେବେ ମଧ୍ୟାହ୍ନ ସମୟରେ ସାନ ଭାଇ ଫୋନ କରିଥିଲା ଯେ ମାମୁ ଓ ମାଇଁ ଅଚେତ ଅବସ୍ଥାରେ ପଡ଼ିଛନ୍ତି। ମୁଁ ତୁରନ୍ତ ସେଠାରେ ପହଞ୍ଚିଲା ବେଳକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା।

ମାତ୍ର ଅଳ୍ପ କିଛି ଚୁଙ୍ଗୁଡ଼ି ରହିଥିବା ବେଳେ ଟଙ୍କା ଓ ମୋବାଇଲ ନଥିଲା। ଏବେ ମେଡିକାଲରେ ଚିକିତ୍ସା ଚାଲିଛି। ଉଭୟ ସଂପୂର୍ଣ୍ଣ ହୋଶକୁ ଆସିବା ପରେ ପ୍ରକୃତରେ କ’ଣ ଘଟିଥିଲା, ସେକଥା ଜଣାପଡ଼ିବ ବୋଲି ସର୍ବେଶ୍ୱର କହିଛନ୍ତି।

Loot Cuttack Crime