Advertisment

ବୃଦ୍ଧଙ୍କ ନିକଟକୁ ଆସିଲା ନ୍ୟୁଡ ଭିଡିଓ କଲ୍‌, ଗଣିଲେ ୧୨ ଲକ୍ଷ

ହଠାତ୍ ଜଣେ ବୟସ୍କଙ୍କ ପାଖକୁ ଆସିଲା ହ୍ୱାଟସ୍‌ ଆପ୍‌ ଭିଡିଓ କଲ୍‌ । କିଛି ବୁଝିବା ପୂର୍ବରୁ ବ୍ୟକ୍ତିଜଣକ କଲ୍‌ ଉଠାଇ ଦେଲେ।

Call

Call

Advertisment

ହଠାତ୍ ଜଣେ ବୟସ୍କଙ୍କ ପାଖକୁ ଆସିଲା ହ୍ୱାଟସ୍‌ ଆପ୍‌ ଭିଡିଓ କଲ୍‌ । କିଛି ବୁଝିବା ପୂର୍ବରୁ ବ୍ୟକ୍ତିଜଣକ କଲ୍‌ ଉଠାଇ ଦେଲେ। ଅପରପାର୍ଶ୍ୱରେ ନଗ୍ନ ଅବସ୍ଥାରେ ଥିବା ଜଣେ ଯୁବତୀ ବୃଦ୍ଧଙ୍କ ସ୍କ୍ରିନ୍‌ ସଟ୍‌ ଉଠାଇଦେଲେ। ଏହାପରେ ଉକ୍ତ ଫଟୋକୁ ଭାଇରାଲ କରି ଦେବାର ଧମକ ଦେଇ ସେ ବୃଦ୍ଧଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଜଣାଯାଇଛି।

Advertisment

ଏପରି ଏକ ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଦିଲ୍ଲୀ ପୁଲିସ୍‌ର ସାଇବର ସେଲ୍‌ ମଙ୍ଗଳବାର ରାଜସ୍ଥାନ ବାସିନ୍ଦା ବରକତ ଖାନ ଓ ରିଜୱାନଙ୍କୁ ଗିରଫ କରିଛି ।

ଅଭିଯୋଗ ମୁତାବକ, ବୃଦ୍ଧଙ୍କ ନିକଟକୁ କିଛି ଦିନ ପୂର୍ବେ ହ୍ୱାଟସ୍‌ ଆପ୍‌ରେ ଭିଡିଓ କଲ୍‌ ଆସିଥିଲା। ବୃଦ୍ଧଜଣକ ଉକ୍ତ କଲ୍‌ ରିସିଭ କରିବାରୁ ଅପର ପାର୍ଶ୍ୱରେ ଉଲଗ୍ନ ଅବସ୍ଥାରେ ଜଣେ ଯୁବତୀ ଥିବା ଦେଖିବାକୁ ପାଇଥିଲେ। ବୃଦ୍ଧଜଣକ ତୁରନ୍ତ ଫୋନ୍‌ କାଟିବା ପୂର୍ବରୁ ଯୁବତୀଜଣକ ତାହାର ସ୍କ୍ରିନ୍‌ ସଟ୍‌ ମାରି ଦେଇଥିଲେ।

Advertisment

ଏହାପରେ ବୃଦ୍ଧଙ୍କ ନିକଟକୁ ଭିନ୍ନ ଭିନ୍ନ ନମ୍ବରରୁ କଲ୍‌ କରି ବ୍ୟକ୍ତିମାନେ ବୃଦ୍ଧଙ୍କୁ ଟଙ୍କା ଦେବା ପାଇଁ ଧମକ ଦେଇଥିଲେ। ନଚେତ ସ୍କ୍ରିନ୍‌ସଟ୍‌ ଅନଲାଇନ୍‌ରେ ଶେଆର କରି ଦେବାକୁ ଧମକ ଦେଇଥିଲେ। ଏପରି ଧମକ ଦେବାରୁ ଭୟଭୀତ ହୋଇ ପଡ଼ିଥିବା ବୃଦ୍ଧଜଣକ ସେମାନଙ୍କ ଆକାଉଣ୍ଟକୁ ୧୨ ଲକ୍ଷ ୮୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ।

ମାତ୍ର ଏଥିରେ ସେମାନେ ସନ୍ତୁଷ୍ଟ ନ ହୋଇ ଅଧିକ ଟଙ୍କା ମାଗିଥିଲେ। ଫଳରେ ବୃଦ୍ଧଜଣକ ଦିଲ୍ଲୀ ସାଇବର ସେଲ୍‌ର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିବା ସହ ସେମାନଙ୍କ ନିକଟରୁ ୩ଟି ମୋବାଇଲ ଫୋନ୍‌ ଓ ବହୁ ସିମ୍‌ କାର୍ଡ ଜବତ କରିଛି। ଏହା ପଛରେ ଏକ ଗ୍ୟାଙ୍ଗ ଥିବା ବେଳେ ଅନ୍ୟମାନଙ୍କୁ ଗିରଫ କରିବାକୁ ପ୍ରୟାସ ଚାଲିଥିବା ପୁଲିସ୍‌ କହିଛି।

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe