Advertisment

ବୃଦ୍ଧଙ୍କୁ ହତ୍ୟା, ବିଲରେ ପଡ଼ିଥିଲା ମୃତଦେହ

ରାମକୃଷ୍ଣ ରଣାଙ୍କ ଶରୀରରେ କଟା ଦାଗ ରହିଛି।

Dead Body

Dead Body

Advertisment

କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଭାଟେଲ୍ ଗାଁରେ ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ରାମକୃଷ୍ଣ ରଣା। 

Advertisment

ଆଜି ସକାଳେ ରାମକୃଷ୍ଣ ରଣାଙ୍କ ରକ୍ତାକ୍ତ ମୃତଦେହ ଗାଁର ଏକ ବିଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ ତାଙ୍କ ଚପଲ ପଡ଼ିଥିଲା।

ରାମକୃଷ୍ଣ ରଣାଙ୍କ ଶରୀରରେ କଟା ଦାଗ ରହିଛି। ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯିବା ସହିତ ଲୁହା ରଡ୍‌ରେ ମାଡ଼ ମରାଯାଇଥିବା ଜଣାପଡ଼ୁଛି। ତେବେ କିଏ ଓ କାହିଁକି ତାଙ୍କୁ ମାରିଲା ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।  

Advertisment

ଭବାନୀପାଟଣାରୁ ରାଜକୁମାର ସିଂହଦେଓଙ୍କ ରିପୋର୍ଟ 

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe