/odisha-reporter/media/post_attachments/uploads/2015/10/cbi_headquater_archives_0_0_0.jpg)
cbi
ଭୁବନେଶ୍ୱର: ଭାରତୀୟ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣରେ ଅନିୟମିତତା ଅଭିଯୋଗ ନେଇ ଆଜି ରାଜ୍ୟର ତିନିଟି ସ୍ଥାନରେ ହୋଇଛି ସିବିଆଇ ଚଢ଼ାଉ। ଭୁବନେଶ୍ୱର ଓ ସମ୍ୱଲପୁର ସମେତ ରାଜ୍ୟର ୩ଟି ସ୍ଥାନ ହୋଇଛି ଏହି ଚଢ଼ାଉ। ସେହିଭଳି ଦେଶର ମୋଟ ୧୦ଟି ସ୍ଥାନରେ ଆଜି ଏକ ସାଙ୍ଗେ ଚଢ଼ାଉ ହୋଇଛି। ଚଢ଼ାଉ ହୋଇଥିବା ଇଲେକ୍ଟ୍ରୋନିକ୍ ସଂସ୍ଥା ମଧ୍ୟରେ ରହିଛି ଭାରତ ଇଲେକ୍ଟ୍ରୋନିକ୍, ଆଟ୍ରିକନେଟ୍ କନସଲ୍ଟାନସି, ଏକ୍ସିଜେଣ୍ଟ ସଲ୍ୟୁସନ୍ ଓ ଗୌରବ ସର୍ଭିସ୍ ଲିମିଟେଡ୍। ମିଳିଥିବା ସୂଚନା ଅନୁସାରେ ୨୦୧୨ରେ ସେନାକୁ ଇଲେକଟ୍ରୋନିକ୍ ସାମଗ୍ରୀ ଯୋଗାଣ କ୍ଷେତ୍ରରେ କୋଟିକୋଟି ଟଙ୍କା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ସିବିଆଇ ଏହି ମାମଲାର ଯାଞ୍ଚ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
