Advertisment

ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ, ୨ ଅଟକ

ଅନ୍ୟ ଏକ ଦନ୍ତା ହାତୀର ଆକ୍ରମଣରେ ଏହି ହାତୀଟିର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ତେବେ ଏକ ମିଳିତ ଟାସ୍କ ଫୋର୍ସ ତଦନ୍ତ କରିବା ପରେ ବିଦ୍ୟୁତ୍ ଆଘାତରୁ ହାତୀଟି ମରିଥିବା ଜଣାପଡ଼ିଛି।

Dead Elephant

Dead Elephant

Advertisment

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ଗୋଳାବନ୍ଧ ଫରେଷ୍ଟ ବିଟ୍‌ ଭାଡ଼ିମରା ଗାଁରେ ଏକ ଧାନ ଜମିରୁ ଆଜି ଗୋଟିଏ ଦନ୍ତା ହାତୀର ମୃତଦେହ ମିଳିଥିବା ବେଳେ ବିଦ୍ୟୁତ୍ ଆଘାତରେ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ହାତୀଟିକୁ ୪୦ ବର୍ଷ ହୋଇଥିଲା।

Advertisment

ଅନ୍ୟ ଏକ ଦନ୍ତା ହାତୀର ଆକ୍ରମଣରେ ଏହି ହାତୀଟିର ମୃତ୍ୟୁ ଘଟିଛି ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ତେବେ ଏକ ମିଳିତ ଟାସ୍କ ଫୋର୍ସ ତଦନ୍ତ କରିବା ପରେ ବିଦ୍ୟୁତ୍ ଆଘାତରୁ ହାତୀଟି ମରିଥିବା ଜଣାପଡ଼ିଛି।

ଯେଉଁ ଜମିରେ ହାତୀଟି ମରି ପଡ଼ିଥିଲା, ତା’ ଚାରିପାଖରେ ଖୁଣ୍ଟ ପୋତା ଯାଇ ଜୀବନ୍ତ ବିଦ୍ୟୁତ୍ ତାର ବିଛା ଯାଇଥିଲା। ହାତୀଟି ଜମିକୁ ପ୍ରବେଶ କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତା’ର ମୃତ୍ୟୁ ଘଟିଥିଲା।

Advertisment

କେନ୍ଦୁଝର ଡିଏଫଓ ଏଚ୍ ଧନରାଜଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟାରୁ ୨ଟା ମଧ୍ୟରେ ଏହି ଘଟଣା ଘଟିଛି। ହାତୀ ମରିଯିବା ପରେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ସେମାନେ ବିଦ୍ୟୁତ୍ ତାର ଓ ଖୁଣ୍ଟ ଗୁଡ଼ିକୁ ଖୋଲି ନେଇ ଯାଇଥିଲେ।

ଡିଏଫଓ କହିଛନ୍ତି, ଏହି ଘଟଣାରେ ରାଜୁ ମୁଣ୍ଡା ଓ କୁଜୁର ମୁଣ୍ଡା ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଯେଉଁ ଜମିରେ ହାତୀ ମରିଛି, ତାହା ଏକ ସରକାରୀ ଜମି। ଅଭିଯୁକ୍ତମାନେ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି। ସେମାନେ ଫସଲ ରକ୍ଷା କରିବା ପାଇଁ ହେଉ ଅବା ବାର୍‌ହା ଶିକାର କରିବା ପାଇଁ ବିଦ୍ୟୁତ୍ ତାର ବିଛାଇ ଥିଲେ। ତେଣୁ ଏଭଳି ଏକ ଘଟଣା ଘଟିଗଲା।

୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି। ବିଧାନସଭାର ଗତ ମୌସୁମୀ ଅଧିବେଶନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଗୃହରେ ଏହି ତଥ୍ୟ ଦେଇଥିଲେ।

ତେଲକୋଇରୁ ଚିନ୍ମୟ କୁମାର ସାହୁଙ୍କ ରିପୋର୍ଟ 

Elephant Death Elephant Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe