Advertisment

ଦନ୍ତା ହାତୀ ଗୋଡ଼ାଇ ଗୋଡ଼ାଇ ଭୁଷି ମାରିଦେଲା

ଧାନ ଫସଲ ଖାଉଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଲା ଗୋଟିଏ ମାଖନା ମାଖନା ହାତୀ(ଅଣ୍ଡିରା ବା ମାଈ ନୁହେଁ)। ତେଣୁ ଦନ୍ତା ହାତୀଟି ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ।

Elephant

Elephant

Advertisment

ଦନ୍ତା ହାତୀ ଗୋଡ଼ାଇ ଗୋଡ଼ାଇ ଭୁଷି ମାରିଦେଲା। ଏପରି ଘଟଣା କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ଘଟିଛି। ଦନ୍ତା ହାତୀ ଆକ୍ରମଣରେ ‌ଗୋଟିଏ ମାଖନା ହାତୀର ପ୍ରାଣ ଯାଇଛି।

Advertisment

ଗତ କିଛି ଦିନ ହେଲା ତେଲକୋଇ ବନାଞ୍ଚଳ କନ୍ତଲେଇ ଦଢ଼ିଆ ସାହି ଓ ଆଖପାଖ ଅଞ୍ଚଳରେ ଦୁଇଟି ହାତୀ ପଲ ଉତ୍ପାତ କରୁଛନ୍ତି। ଗୋଟିଏ ପଲରେ ୪୦ଟି ହାତୀ ଥିବା ବେଳେ ଅନ୍ୟ ପଲରେ ୧୫ଟି ହାତୀ ଅଛନ୍ତି। ସଞ୍ଜ ନଇଁବା ପରେ ହାତୀ ପଲ ଗ୍ରାମ୍ୟ ଜଙ୍ଗଲରୁ ଆସି କ୍ଷେତରୁ ଧାନ ଖାଉଛନ୍ତି ଓ ଦଳି ଚକଟି ନଷ୍ଟ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଶୁକ୍ରବାର ରାତିରେ ଦୁଇ ହାତୀ ପଲ ଏକାଠି ହୋଇ ଧାନ ଫସଲ ଖାଉଥିଲେ।

ଧାନ ଫସଲ ଖାଉଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଲା ଗୋଟିଏ ମାଖନା ମାଖନା ହାତୀ(ଅଣ୍ଡିରା ବା ମାଈ ନୁହେଁ)। ତେଣୁ ଦନ୍ତା ହାତୀଟି ତାକୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ମାଖନା ହାତୀର ପେଟରେ ଦାନ୍ତ ଭୁଷି ହତ୍ୟା କରିଛି ଦନ୍ତା ହାତୀ। ସେପଟେ ଗାଁ ଲୋକେ କହିଛନ୍ତି, ଶୁକ୍ରବାର ରାତିରେ ହାତୀଙ୍କ ଗର୍ଭନ ଶୁଣିବାକୁ ମିଳିଥିଲା। ଆଜି ସକାଳେ ଗାଁ ଲୋକେ ହାତୀ ମୃତ୍ୟୁ ନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଗାଁରେ ପହଞ୍ଚି ହାତୀର ମୃତଦେହ ବ୍ୟବଚ୍ଛେଦ କରି ପୋତି ଦେଇଛି। ଏବେ ହାତୀ ପଲ ଆଖପାଖ ଜଙ୍ଗଲରେ ରହିଛି।

Advertisment

ରିପୋର୍ଟ- ତେଲକୋଇରୁ ଚିନ୍ମୟ କୁମାର ସାହୁ

Elephant Death Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe