/odisha-reporter/media/post_attachments/uploadimage/library/16_9/16_9_0/Naxal_1705551437.jpg)
Naxal
ବୌଦ୍ଧ ବୁଢ଼ାଖୋଲ୍ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଧ୍ୱଂସ କରିଛନ୍ତି ଏସଓଜି ଯବାନ। ନକ୍ସଲ କ୍ୟାମ୍ପରୁ IED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଛନ୍ତି ଯବାନ।
Advertisment
ବୁଢ଼ାଖୋଲ୍ ଓ ମାତାକୁପା ଜଙ୍ଗଲରେ ନକ୍ସଲମାନେ କ୍ୟାମ୍ପ କରି ରହିଥିବା ଏସଓଜି ଯବାନମାନେ ଖବର ପାଇଥିଲେ। ପରେ ଜଙ୍ଗଲରେ ଯବାନମାନେ କୁମ୍ବିଂ ଅପରେସନ କରିଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ମାଡ କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ମାଡ଼ କରିଥିଲେ। ଯବାନଙ୍କ ପାଲଟା ଗୁଳି ବିନିମୟରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ।
ଘଟଣାସ୍ଥଳରୁ ।ED ଲ୍ୟାଣ୍ଡମାଇନ, ବିଦ୍ୟୁତ୍ ତାର ସହିତ ବହୁ ବିସ୍ଫୋରକ ଜବତ କରିଥିଲେ ଯବାନ। ଏବେବି ଜଙ୍ଗଲ ଭିତରେ କୁମ୍ବିଂ ଜାରି ରଖିଛନ୍ତି ଯବାନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
