Advertisment

କଟକରେ ଏନ୍‌କାଉଣ୍ଟର

ଆହତ ଅପରାଧୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Accused

Accused

କଟକରେ ଗୁରୁବାର ପୁଲିସ୍ କରିଛି ଏନ୍‌କାଉଣ୍ଟର। ଏଥିରେ ଆହତ ହୋଇଛି ଦୁର୍ଦ୍ଦାନ୍ତ ଅପରାଧୀ ଶଙ୍କର ଓରଫ ଦୀପକ ନାୟକ। ତା’ ବାମ ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ବିଡ଼ାନାସୀ ଭୁଆସୁଣି ପଠାରେ ସ୍ପେଶାଲ ସ୍କ୍ୱାଡ୍‌ ଓ ବିଡ଼ାନାସୀ ଥାନା ପୁଲିସ୍ ପକ୍ଷରୁ ଏହି ଏନ୍‌କାଉଣ୍ଟର କରାଯାଇଥିଲା। ଶଙ୍କର କଟକ ଆସିଥିବା ଓ ଭୁଆସୁଣି ପଠାରେ କାହାକୁ ବନ୍ଧୁକ ବିକ୍ରି କରିବାକୁ ଉପସ୍ଥିତ ଥିବା ନେଇ ପୁଲିସ୍‌ ପାଖରେ ସୂଚନା ରହିଥିଲା। ଏହି ସୂଚନା ଆଧାରରେ ସ୍ପେଶାଲ ସ୍କ୍ୱାଡ୍‌ ଓ ବିଡ଼ାନାସୀ ଥାନା ପୁଲିସ୍ ସେଠାରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଶଙ୍କର ପୁଲିସ୍‌କୁ ଲକ୍ଷ୍ୟ କରି ଗୁଳି କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା ଓ ଶଙ୍କର ଆହତ ହୋଇଥିଲା।

ଶଙ୍କରର ଘର ରାଣୀହାଟ ଗୋପାଳ ସାହିରେ। ତା’ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କଟକର ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡରେ ଶଙ୍କରର ସମ୍ପୃକ୍ତି ଥିଲା। ସେଥିପାଇଁ ସେ ଜେଲ୍ ମଧ୍ୟ ଯାଇଥିଲା। କିନ୍ତୁ ଜେଲ୍‌ରୁ ବାହାରିବା ପରେ ପୁଣି ଅପରାଧିକ କାର୍ଯ୍ୟରେ ସେ ଲିପ୍ତ ରହିଥିଲା।

Advertisment
Odisha Police Cuttack Police Encounter Encounter