Advertisment

ପୁରୀ ଟାଉନ୍‌ରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜଖମ

ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ଆହତ ହୋଇଛି। ପିନୁର ବାମ ଗୋଡ଼ରେ ବାଜିଛି ଗୁଳି।

ଅଦ୍ୟତନ ହୋଇଛି
Pini Barala

Pini Barala

Advertisment

ପୁରୀ ଟାଉନ୍‌ରେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସର ଏନ୍‌କାଉଣ୍ଟର। ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ଏନ୍‌କାଉଣ୍ଟର ହୋଇଛି। ପୁଲିସ ଗୁଳିରେ ଅପରାଧୀ ପିନୁ ବରାଳ ଆହତ ଆହତ ହୋଇଛି। ପିନୁର ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ପିନୁ ନାଁରେ ବିଭିନ୍ନ ଥାନାରେ ରହିଛି ୧୧ ମାମଲା ରହିଛି। ପୁଲିସ୍‌ ତା’ଠାରୁ ଗୋଟିଏ ପିସ୍ତଲ, ୨ଟି ଗୁଳି ସହ ବାଇକ ଜବତ ଜବତ କରିଛି।

Advertisment

ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଓରଫ ପିନାକୀ ବରାଳ ମାରଣାସ୍ତ୍ର ଧରି ଲୁଟ୍‌ ଉଦ୍ଦେଶ୍ୟରେ ପୁରୀ ଟାଉନ୍‌ ଅଭିମୁଖେ ଆସୁଥିବା ବିଶେଷ ସୂତ୍ରାରୁ ଜାଣିବାକୁ ପାଇଥିଲା ପୁଲିସ୍‌ ଜାଣିବାକୁ ପାଇଥିଲା। ଅପରାହ୍ନ ପ୍ରାୟ ୩.୪୦ ମିନିଟ୍‌ ବେଳେ ବାଶେଳୀ ସାହି ଥାନା ପୁଲିସ୍‌ ଲୋକନାଥ ମନ୍ଦିର ପଛ ଶଙ୍କରେଶ୍ୱର ଜଙ୍ଗଲରେ ପାର୍ଶ୍ୱରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁକୁ ଧରିବାକୁ ଚେଷ୍ଟା କରିଥିଲା। ହେଲେ ସେ ଫାୟାରିଂ କରିଥିଲା। ତାହାର ଜବାବ ଦେଇଥିଲା ପୁଲିସ୍‌। ଆକ୍ରମଣ ଓ ପ୍ରତିଆକ୍ରମଣରେ ଆହତ ହୋଇଥିଲା ପିନୁ। ତା’ ବାମ ଗୋଡ଼ରେ ବଜିଥିଲା ଗୁଳି। ଯେଉଁଥିପାଇଁ ସେ ଚାଲି ପାରିନଥିଲା। ପୁଲିସ୍‌ ତାକୁ କାବୁ କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।

ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ନାଁରେ ବାଶେଳୀ ସାହି, ତାଳବଣୀଆ, କୁମ୍ଭାରପଡ଼ା ଓ ବ୍ରହ୍ମଗିରି ଥାନାରେ ମୋଟ୍‌ ୧୧ଟି ମାମଲା ରହିଛି। ପୁଲିସ ତା’ଠାରୁ ଗୋଟିଏ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି, ଗୋଟିଏ ବାଇକ୍‌ ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରିଛି।

Advertisment
Puri Police Encounter Encounter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe