Advertisment

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗ; ଚିଟଫଣ୍ଡ ସଂସ୍ଥାରେ ପଶିଲା ଇଡି

ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
 Raid

Raid

୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଏକ ଚିଟଫଣ୍ଡ ସଂସ୍ଥା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଚିଟଫଣ୍ଡ ସଂସ୍ଥାରେ ଏହି ଚଢ଼ାଉ କରାଯାଇଛି।

Advertisment

ଓଡ଼ିଶା ସମେତ ଦେଶର ୨୦ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱର, ଛତ୍ରପୁର, ଚିକିଟି ଓ ଦିଗପହଣ୍ଡି ସମେତ ଓଡ଼ିଶାର ୧୦ଟି ସ୍ଥାନରେ ଏହି ରେଡ୍ ଚାଲିଛି। ସଂସ୍ଥାର ନିର୍ଦ୍ଦେଶକ, ମ୍ୟାନେଜର ଓ କିଛି କାର୍ଯ୍ୟକର୍ତ୍ତାଙ୍କ ଘରେ ବି ଚଢ଼ାଉ ଚାଲିଥିବା ସୂଚନା ରହିଛି। ଚଢ଼ାଉ ବେଳେ କେତେ ଟଙ୍କା ଓ କ’ଣ ସବୁ ଜବତ ହୋଇଛି, ଜଣାପଡ଼ିନା଼ହିଁ। 

ଲୋଭନୀୟ ସ୍କିମର ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ଟଙ୍କା ଠକିଛି ଏହି ଚିଟଫଣ୍ଡ ସଂସ୍ଥା। ଓଡ଼ିଶାରେ ୪ଲକ୍ଷ ୭୨ ହଜାର ଆବେଦନକାରୀ ନିଜର ଟଙ୍କା ଫେରସ୍ତ ପାଇଁ  ରାଜ୍ୟ ସରକାରଙ୍କ ପାଖରେ ଆବେଦନ କରିଥିଲେ।  ଏହି ସଂସ୍ଥା ଉପରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିଥିଲା। ୨୦୧୬ ମସିହାରେ କ୍ରାଇମବ୍ରାଞ୍ଚ ଏହି ଚିଟଫଣ୍ଡର ସଂସ୍ଥାର କିଛି ସମ୍ପତ୍ତି ଜବତ କରିବା ସହ ଜମି ଗୁଡ଼ିକୁ ମଧ୍ୟ ନିଲାମ କରାଯାଇଥିଲା। ଆଜି ଏହି  ଚିଟଫଣ୍ଡ ସଂସ୍ଥା ଉପରେ ଇଡି ଚଢ଼ାଉ କରି ଖୋଳତାଡ଼ ଆରମ୍ଭ କରିଛି। 

Advertisment
Bhubaneswar ED Raid