/odisha-reporter/media/post_attachments/uploadimage/library/16_9/16_9_0/IMAGE_1691769502.jpg)
Sarat Kumar Pradhan
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଶରତ ପ୍ରଧାନ। ସେ ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।
Advertisment
ଶରତ ପ୍ରଧାନ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଦୁଇଟି ପ୍ରକଳ୍ପର ଇଲେକ୍ଟ୍ରିକାଲ ଏଷ୍ଟିମେଟ ଦେବା ପାଇଁ ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ।
ଅନୁଗୋଳ ଜିଲ୍ଲା ଖଲାରୀ ଗାଁର ଶ୍ରୀକାନ୍ତ ଦେହୁରୀଙ୍କୁ ଶରତ ପ୍ରଧାନ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀକାନ୍ତ ଅନୁଗୋଳ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଆଜି ଶ୍ରୀକାନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଶରତ ପ୍ରଧାନଙ୍କୁ ଧରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
