Advertisment

୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଯନ୍ତ୍ରୀ

ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ।

ଅଦ୍ୟତନ ହୋଇଛି
Sarat Kumar Pradhan

Sarat Kumar Pradhan

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ତାଙ୍କ ନାଁ ଶରତ ପ୍ରଧାନ। ସେ ଅନୁଗୋଳ ଉଠା ଜଳସେଚନ ବିଭାଗର ଉପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି।

Advertisment

ଶରତ ପ୍ରଧାନ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଦୁଇଟି ପ୍ରକଳ୍ପର ଇଲେକ୍ଟ୍ରିକାଲ ଏଷ୍ଟିମେଟ ଦେବା ପାଇଁ ଠିକାଦାର ଶ୍ରୀକାନ୍ତ ଦେହୁରୀଙ୍କ ଠାରୁ ଲାଞ୍ଚ ନେବା ବେଳେ ସେ ଧରାପଡ଼ିଥିଲେ।

ଅନୁଗୋଳ ଜିଲ୍ଲା ଖଲାରୀ ଗାଁର ଶ୍ରୀକାନ୍ତ ଦେହୁରୀଙ୍କୁ ଶରତ ପ୍ରଧାନ ୫୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଶ୍ରୀକାନ୍ତ ଅନୁଗୋଳ ଭିଜିଲାନ୍ସ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଆଜି ଶ୍ରୀକାନ୍ତଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଶରତ ପ୍ରଧାନଙ୍କୁ ଧରିଥିଲେ। 

Advertisment
Vigilance Raid Bribe Odisha Vigilance Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe