Advertisment

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ୨ଟି ବହୁତଳ କୋଠା, ୨ଟି ଫ୍ଲାଟ୍ ଓ ୩୪ଟି ପ୍ଲଟ୍ ଠାବ

ରେଡ୍ ବେଳେ ୨ଟି ଟ୍ରକ୍‌, ୨ଟି ଚାରି ଚକିଆ ଯାନ ଓ ୪ଟି ବାଇକ୍ ସହିତ ସୁନା ଗହଣା ଓ ୨ ଲକ୍ଷରୁ ଅଧିକ ନଗଦ ଟଙ୍କା ପାଇଛି ଭିଜିଲାନ୍ସ।

author-image
Jitendra Garnayak
ଅଦ୍ୟତନ ହୋଇଛି
Sunil Kumar Rout

Sunil Kumar Rout

ଭିଜିଲାନ୍ସ ଜାଲରେ ପଡ଼ିଥିବା ବଲାଙ୍ଗିର ଲୋୟର ସୁକତେଲ୍‌ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ବିପୁଳ ସମ୍ପତ୍ତି ଠାବ କରାଯାଇଛି। ତାଙ୍କର ୨ଟି ବହୁତଳ କୋଠା ସହିତ ୨ଟି ଫ୍ଲାଟ୍ ଏବଂ ୩୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ତାଙ୍କର ୨ଟି ଟ୍ରକ୍‌, ୨ଟି ଚାରି ଚକିଆ ଯାନ ଓ ୪ଟି ବାଇକ୍ ଅଛି। ତାଙ୍କ ଘରୁ ୧୭୬ ଗ୍ରାମ ସୁନା ଅଳଙ୍କାର ସହିତ ନଗଦ ୨ ଲକ୍ଷ ୩୪ ହଜାର ଟଙ୍କା ମିଳିଛି।

Advertisment

ଭୁବନେଶ୍ୱରର ଚନ୍ଦ୍ରଶେଖରପୁରର ନୀଳାଦ୍ରି ବିହାରରେ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ଗୋଟିଏ ୩ ମହଲା କୋଠା ଅଛି। ସେହିଭଳି ଭୁବନେଶ୍ୱରର ନୟାପଲ୍ଲୀର ନୀଳକଣ୍ଠ ନଗରରେ ତାଙ୍କର ଏକ ୨ ମହଲା କୋଠା ରହିଛି।

ପୁରୀର ଦୋଳମଣ୍ଡପସାହି ସ୍ଥିତ ଶ୍ରୀକ୍ଷେତ୍ର ଭକ୍ତ ନିବାସରେ ତାଙ୍କର ଏକ 2-BHK ଫ୍ଲାଟ ଅଛି। ପୁରୀର ଭିଆଇପି ରୋଡ୍‌ ସ୍ଥିତ କୃଷ୍ଣଧାମ ଆପାର୍ଟମେଣ୍ଟରେ ତାଙ୍କର ଗୋଟିଏ 1-BHK ଫ୍ଲାଟ୍ ଅଛି।

Advertisment

ଭୁବନେଶ୍ୱର, ପୁରୀ, କଟକ ଓ ଢେଙ୍କାନାଳରେ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର ୩୪ଟି ପ୍ଲଟ୍ ଅଛି। ଏହି ସମସ୍ତ ଘର ଓ ପ୍ଲଟ୍‌ଗୁଡ଼ିକର ମାପଚୁପ ଓ ମୂଲ୍ୟାୟନ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସ।

ଯନ୍ତ୍ରୀ ସୁନୀଲ କୁମାର ରାଉତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର ସମେତ ପୁରୀ,ଅନୁଗୋଳ, କଟକ ଓ ବଲାଙ୍ଗିରର ମୋଟ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ୨ ଜଣ ଅତିରିକ୍ତ ଏସ୍‌ପି, ୮ ଜଣ ଡିଏସ୍‌ପି, ୬ ଜଣ ଇନ୍‌ସପେକ୍ଟର, ୧୦ ଜଣ ଏଏସ୍‌ଆଇଙ୍କ ସହିତ ଅନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ଜାରି ରହିଛି।

Odisha Vigilance Vigilance Raid Vigilance Net