Advertisment

ସରକାରୀ କ୍ୱାର୍ଟର୍ସରୁ ମିଳିଲା ଯନ୍ତ୍ରୀଙ୍କ ମୃତଦେହ, କାରଣ ଅସ୍ପଷ୍ଟ

ଯନ୍ତ୍ରୀଜଣକ ନିଜ କ୍ୱାର୍ଟର୍ସରେ ଏକୁଟିଆ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନି।

author-image
Niharika Rout
ଅଦ୍ୟତନ ହୋଇଛି
Engineer

Engineer

ସରକାରୀ କ୍ୱାର୍ଟର୍ସରୁ ମିଳିଲା ଜଳ ସମ୍ପଦ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ। ଯନ୍ତ୍ରୀଜଣକ ନିଜ କ୍ୱାର୍ଟର୍ସରେ ଏକୁଟିଆ ଥିବା ବେଳେ ତାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନି। ଏପରି ଏକ ଘଟଣା କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମୁଖିଗୁଡ଼ାଠାରେ ଘଟିଛି। । ମୃତ ଯନ୍ତ୍ରୀଜଣକ ହେଲେ ରଞ୍ଜିତ କୁମାର କର୍ଜି । ତାଙ୍କ ଘର ରାୟଗଡ଼ା ଜିଲ୍ଲା ଗୁଣପୁର ନିକଟସ୍ଥ ସୁଭଦ୍ରାପୁରରେ ବୋଲି ଜଣାଯାଇଛି।

Advertisment

ପୁଲିସ୍‌ କହିବା ଅନୁସାରେ, ରଞ୍ଜିତ କୁମାର କର୍ଜି ଇନ୍ଦ୍ରାବତୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯାଳୟ ରେ କାର୍ଯ୍ୟରତ ଥିଲେ । ସେ ଗତ କିଛି ବର୍ଷ ହେବ ନିଜ କ୍ୱାର୍ଟର୍ସରେ ଏକୁଟିଆ ରହୁଥିଲେ। ମାତ୍ର ଆଜି ସକାଳେ ସେ କବାଟ ଖୋଲିବାରେ ବିଳମ୍ବ କରିଥିଲେ। ଫଳରେ ତାଙ୍କର କିଛି ପଡ଼ୋଶୀଙ୍କର ସନ୍ଦେହ ହୋଇଥିଲା।

ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି। ଏଥିସହ ଜୟପାଟଣା ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

Advertisment

ସୂଚନା ଅନୁଯାୟୀ, ରଞ୍ଜିତଙ୍କ କିଛି ବନ୍ଧୁ ଗତକାଲି ତାଙ୍କ ଘରକୁ ଆସିଥିଲେ। ସେମାନେ ତାଙ୍କୁ ନିଜ ଘରକୁ ନେବାକୁ ବୁଝାଶୁଝା କରିଥିଲେ। ମାତ୍ର ଏଥିରେ ରଞ୍ଜିତ ରାଜି ହୋଇ ନ ଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ସେମାନେ ଫେରି ଯାଇଥିବା ବେଳେ ରଞ୍ଜିତ ନିଜ କ୍ୱାର୍ଟର୍ସରେ ଏକୁଟିଆ ଥିଲେ। ଏହାପରେ ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି।

ରଞ୍ଜିତଙ୍କ ମୃତ୍ୟୁ କିପରି ହେଲା ସ୍ପଷ୍ଟ ହୋଇ ନ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ପୁଲିସ୍‌ କହିଛି।

Deadbody Kalahandi