Advertisment

ଛୁଟିରେ ଘରକୁ ଯାଇଥିଲେ, ଫେରିବା ପରେ ଝୁଲି ପଡ଼ିଲେ ଯନ୍ତ୍ରୀ

୨୦ ଦିନ କାଳ ଛୁଟିରେ ଘରକୁ ଯାଇଥିଲେ। ଗତକାଲି କାର୍ଯ୍ୟସ୍ଥଳକୁ ଫେରିଥିବା ବେଳେ ଆଜି ସରକାରୀ କାର୍ଯ୍ୟରେ ଯିବା ନିମନ୍ତେ କଥା ସହକର୍ମୀଙ୍କ ସହ ଫାଇନାଲ ହୋଇଥିଲା। ମାତ୍ର ସକାଳୁ ଆଉ ଫୋନ୍‌ ଉଠାଇଲେ ନାହିଁ ସହକାରୀ ନିର୍ବାହୀ ଯନ୍ତ୍ରୀ ।

author-image
Niharika Rout
Gathering

Gathering

୨୦ ଦିନ କାଳ ଛୁଟିରେ ଘରକୁ ଯାଇଥିଲେ। ଗତକାଲି କାର୍ଯ୍ୟସ୍ଥଳକୁ ଫେରିଥିବା ବେଳେ ଆଜି ସରକାରୀ କାର୍ଯ୍ୟରେ ଯିବା ନିମନ୍ତେ କଥା ସହକର୍ମୀଙ୍କ ସହ ଫାଇନାଲ ହୋଇଥିଲା। ମାତ୍ର ସକାଳୁ ଆଉ ଫୋନ୍‌ ଉଠାଇଲେ ନାହିଁ ସହକାରୀ ନିର୍ବାହୀ ଯନ୍ତ୍ରୀ । ଯନ୍ତ୍ରୀଜଣକ ତାଙ୍କ ଘରେ ପହଞ୍ଚି ଯାହା ଦେଖିଲେ ତାଜୁବ ରହିଗଲେ। ଘରେ ଝୁଲୁଥିଲା ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ମୃତଦେହ ।

Advertisment

ମୃତକ ହେଲେ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ । ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ନଦୀଖଣ୍ଡିସାହିରେ ଘଟିଛି। ମୃତ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲଵାଣୀ ଆଇ.ଟି.ଡି.ଏରେ କାର୍ଯ୍ୟରତ ଥିଲେ। ନଦୀଖଣ୍ଡିସାହିସ୍ଥିତ ସରକାରୀ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କର ଆଜି ଜଣେ ଯନ୍ତ୍ରୀଙ୍କ ସହ Field duty ରେ ଯିବାର ଥିଲା । ଏଥିନିମନ୍ତେ କାଲି ରାତିରେ କଥାବାର୍ତ୍ତା ହୋଇଥିବା ବେଳେ ଆଜି ସକାଳେ କିନ୍ତୁ ସେ ଆଉ ଫୋନ୍‌ ଉଠାଇ ନଥିଲେ। ଏହାପରେ ଯନ୍ତ୍ରୀଜଣକ ତାଙ୍କ ଘରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ତୁଷାରେନ୍ଦ୍ର ନାୟକଙ୍କ ମୃତଦେହ ଥିବା ଦେଖିବାକୁ ପାଇଥିଲେ।

Advertisment

ଖବର ପାଇ ଅନ୍ୟ ବିଭାଗୀୟ ଅଧିକାରୀ, ପୁଲିସ୍‌ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଆତ୍ମହତ୍ୟା କରିଛନ୍ତି ନା ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି, ତାହା ସଠିକ ଭାବେ ଜଣାପଡି ନାହିଁ। ତେବେ ପାରିପାର୍ଶ୍ଵିକ ସ୍ଥିତିରୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ନିଜସ୍ୱ ଘର ମୟୂରଭଞ୍ଜ ଜିଲ୍ଲାରେ । କିନ୍ତୁ ତାଙ୍କ ପରିବାର ଲୋକ ଭୁବେନେଶ୍ୱରରେ ରୁହନ୍ତି। ସେ ପ୍ରାୟ ୨୦ଦିନ ଛୁଟିରେ ଘରକୁ ଯାଇଥିବା ବେଳେ ଗତକାଲି ଡ୍ୟୁଟିରେ ଯୋଗ ଦେଇଥିଲେ ।

Suicide Kandhamal