Advertisment

ବ୍ୟବସାୟୀ ପାଲଟିଲେ ଅପହରଣକାରୀ; ନାବାଳିକାଙ୍କୁ ଟେକି ନେଲେ, ପତ୍ନୀ, ଝିଅଙ୍କ ସହ ବନ୍ଧା ହେଲେ

ପୁଲିସ୍‌ ଧରପଗଡ଼ ଜୋରଦାର କରିବାରୁ ଅପହରଣକାରୀ ମାତ୍ର ୨୪ ଘଣ୍ଟାରେ ଅପହୃତା ନାବାଳିକାଙ୍କୁ ଛାଡ଼ିବାକୁ ବାଧ୍ୟ ହେଲେ।

Arrest

Arrest

Advertisment

ଧାର କରଜ ଶୁଝିବାକୁ ଇଞ୍ଜିନିୟରରୁ ବ୍ୟବସାୟୀ ପାଲଟିଥିବା ବ୍ୟକ୍ତି ପାଲଟିଲେ ଅପହରଣକାରୀ। ୧୦ ଲକ୍ଷ ଟଙ୍କା ପାଇଁ ଏକ ୬ ବର୍ଷୀୟା ନାବାଳିକାଙ୍କୁ କଲେ ଅପହରଣ । ହେଲେ ପୁଲିସ୍‌ ଧରପଗଡ଼ ଜୋରଦାର କରିବାରୁ ଅପହରଣକାରୀ ମାତ୍ର ୨୪ ଘଣ୍ଟାରେ ଅପହୃତା ନାବାଳିକାଙ୍କୁ ଛାଡ଼ିବାକୁ ବାଧ୍ୟ ହେଲେ। ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଅପହରଣକାରୀଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କୁ ବି ବାନ୍ଧିଛି । ଏପରି ଏକ ଘଟଣା କେରଳରେ ଘଟିଛି।

Advertisment

ଅଭିଯୁକ୍ତମାନେ ହେଉଛନ୍ତି ୫୨ ବର୍ଷୀୟ ପଦ୍ମ କୁମାର, ତାଙ୍କ ପତ୍ନୀ ୪୫ ବର୍ଷୀୟା ଅନୀତା କୁମାରୀ ଓ ୨୦ ବର୍ଷୀୟା ଝିଅ ଅନୁପମା। ପଦ୍ମ କୁମାର ଜଣେ ଇଞ୍ଜିନିୟର ଥିବା ବେଳ କିଛି ବର୍ଷ ହେବ ଚାକିରି ଛାଡ଼ି ବ୍ୟବସାୟରେ ପାଦ ଥାପିଛନ୍ତି। ତାଙ୍କ ଝିଅ ଜଣେ ୟୁ-ଟ୍ୟୁବର ହୋଇଥିବା ବେଳେ ତାଙ୍କର ବି ଭଲ ରୋଜଗାର ଅଛି।

ମାତ୍ର କୋଭିଡ ସମୟରେ ପଦ୍ମ କୁମାରଙ୍କୁ ବେପାରରେ ଖୁବ୍‌ କ୍ଷତି ସହିବାକୁ ପଡ଼ିଥିବା ବେଳେ ତାଙ୍କ ଝିଅଙ୍କର ବି ସୋଶାଲ ମିଡିଆରୁ ରୋଜଗାର ଠପ୍‌ ହୋଇଗଲା। ଇତି ମଧ୍ୟରେ ପଦ୍ମକୁମାରଙ୍କ ମୁଣ୍ଡରେ ୫ କୋଟିର କରଜ ଥିବା ବେଳେ ତାଙ୍କୁ ତତ୍କାଳ ୧୦ ଲକ୍ଷ ଟଙ୍କା ଆବଶ୍ୟକ ଥିଲା।

Advertisment

ରାତାରାତି ଟଙ୍କା ରୋଜଗାର ନିମନ୍ତେ ସେ ଏପରି ଅପହରଣ ନାଟକ ରଚିଥିଲେ। ଏପରିକି ଏଥିନିମନ୍ତେ ସୁଚିନ୍ତିତ ଯୋଜନା କରି ନିଜ କର୍‌ ନମ୍ବର ପ୍ଲେଟକୁ ଦୁଇ ଥର ବଦଳାଇଥିଲେ। ଏହାପରେ ଘଟଣା ଦିନ ନାବାଳିକାଜଣକ ନିଜ ବଡ଼ ଭାଇ ସହ ଟ୍ୟୁସନ ଯାଉଥିବା ବେଳେ ବାଟରୁ ତାଙ୍କୁ ଅପହରଣ କରାଯାଇଥିଲା।

ଏନେଇ ପରିବାର ପକ୍ଷରୁ ଥାନାରେ ସୂଚନା ଦିଆଯିବା ପରେ ପୁଲିସ୍‌ ସଙ୍ଗେ ସଙ୍ଗେ ଚାରିଆଡ଼େ ଖୋଜାଖୋଜି ଆରମ୍ଭ କରିଥିଲା। ପୁଲିସ୍‌କୁ ଆକ୍ସନ ମୁଡରେ ଦେଖି ପଦ୍ମ କୁମାର ତା’ ପରଦିନ ନାବାଳିକାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଦେଇଥିଲେ। ଏହାପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଉଦ୍ଧାର ନାବାଳିକାଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ସ୍କେଚ ପ୍ରସ୍ତୁତ କରି ପୁଲିସ୍‌ ପଦ୍ମ କୁମାରଙ୍କୁ ଗିରଫ କରିଛି। ପଦ୍ମ କୁମାରଙ୍କ ସମେତ ତାଙ୍କ ପତ୍ନୀ ଓ ଝିଅଙ୍କୁ ବି ବାନ୍ଧିଛି ପୁଲିସ୍‌।

Kerala Kidnaping
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe